Odisha news

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ : ଗୁଣି ଗାରିଡି ନେଲା ଜଣଙ୍କ ଜୀବନ

ଏବେବି ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାରେ ଅନ୍ଧ ବିଶ୍ୱାସ ଲୋକଙ୍କ ମନରେ ଖୁନ୍ଦି ହୋଇ ରହିଛି ଫଳରେ ଏହାକୁ ବିଶ୍ୱାସ କରି ସାପ କାମୁଡାରେ ଗୁଣି ଗାରିଦି କରି ଆଉ ଏକ ଜୀବନ ଚାଲିଯାଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ହାତୀଗୋଡ଼ା ଗ୍ରାମରେ । ଏକ ବିଷଧର ସାପ କାମୁଡି ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ରବିବାର ରାତି ପ୍ରାୟ ୧୦.୩୦ ମିନିଟ ସମୟରେ ଗ୍ରାମର ବିଜୟ ଲୋହାର ଙ୍କ ପୁଅ ମଦନମୋହନ (୩୫) ଘର ଭିତରେ ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ କାମୁଡି ଦେଇଥିଲା। ସାପ କାମୁଡି ଦେଇଥିବାର ଜାଣି ପରିବାର ଲୋକେ ତାଙ୍କୁ ବଞ୍ଚାଇବା ପାଇଁ ଘରେ ଗୁଣିଗାରେଡି କରି ଝଡ଼ାଫୁଙ୍କା କରିଥିଲେ।ସୋମବାର ସକାଳ ସୁଦ୍ଧା ଝଡ଼ାଫୁଙ୍କା ରେ ଭଲ ନ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରିବାର ଲୋକେ ଭର୍ତ୍ତି କରିଥିଲେ।ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
Ad2

Comments are closed.