ଚଣ୍ଡିଖୋଲ : ଭାରତ ବର୍ଷର ସମ୍ବିଧାନ ପ୍ରଣେତା ଡ ଭିମରାଓ ଆମ୍ବେଦକରଙ୍କ ୧୩୩ ତମ ଜୟନ୍ତି ବଡଚଣା ଭାଜପା ପକ୍ଷରୁ ଚଣ୍ଡିଖୋଲ ସ୍ଥିତ।ଦଳୀୟ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଥିଲା! ଯାଜପୁର ଜିଲ୍ଲା ଅନୁସୁଚିତ ଜାତି ମୋର୍ଚ୍ଚା ସଭାପତି ପ୍ରଭାକର ମଲ୍ଲିକଙ୍କ ସଂଚାଳନରେ ଆୟୋଜିତ ସଭାରେ ବଡଚଣା ଭଜପା ପ୍ରାର୍ଥୀ ଅମର ନାୟକ, ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ଦେବଜାନୀ ପ୍ରଧାନ,ସମ୍ପାଦକ ପ୍ରମୋଦ କୁମାର ଜେନା,ମଣ୍ଡଳ ସଭାପତି ଲଲାଟ କେଶରୀ ମହାପାତ୍ର,ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରୀତମକୁମାର ନାୟକ,ଅନୁସୁଚିତ ଜାତି ମୋର୍ଚ୍ଚା ମଣ୍ଡଳ ସଭାପତି ଶରତ ଯେନା,କୂଳମଣୀ ମଲିକ,ବଳରାମ ଯେନା,ପ୍ରଶାନ୍ତ ଯେନା,ନରେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଆମ୍ବେଦକରଙ୍କ ଚିନ୍ତାଧାରା ଓ କାର୍ଯ୍ୟଧାରାକୁ ଭାରତ ବର୍ଷର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁସରଣ କରି ଆସୁଛନ୍ତି ବୋଲି କହିବା ସହ ଆମ୍ବେଦକରଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ! ବରିଷ୍ଠ ନେତା ଅଜୟ ଜେନା,ବାଇଧର ସେନାପତି,ନାରାୟଣ ସାମଲ,ମଣ୍ଡଳ ସଭାପତି ପ୍ରଦୀପ ସାମଲ,ସୀତାନାଥ ବଳ ସାମନ୍ତ,ବେଣୁଧର ବିଶ୍ୱାଳ, ସୁଙ୍ଗୁଡା ଗ୍ରାମ ପଂଚାୟତ ସରପଂଚ ଅଞୁଲତା ସ୍ୱାଇଁ, ନାରୀନେତ୍ରୀ ଜ୍ୱସ୍ନାରାଣୀ ପ୍ରଧାନ,ମାମାଲି ମହାନ୍ତି ,ବିଭିନ୍ନ ପଂଚାୟତର ଅନୁସୁଚିତ ଜାତି ଓ ଅନୁସୁଚିତ ଜନଜାତି ନେତୃ ମଣ୍ଡଳୀଙ୍କ ସହ ଶତାଧିକ କାର୍ଯ୍ୟକର୍ତ୍ତା ଏଥିରେ ଯୋଗ ଦେଇଥିଲେ!