Odisha news

ବ୍ୟାଙ୍କ ସମ୍ମୁଖରୁ ସ୍ୱୟଂ ସହାୟୀକା ଗୋଷ୍ଠୀ ସଦସ୍ୟାଙ୍କ ଠାରୁ ୪ ଲକ୍ଷ ୬୯ ହଜାର ଲୁଟିନେଲେ ଦୁବୃର୍ତ୍ତ

0
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଚାରିନଙ୍ଗଳ ସ୍ଥିତ ଜୟ ବଜରଙ୍ଗ ବାଲି ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀର ତିନିଜଣ କର୍ମକର୍ତ୍ତା ବାଲିଚନ୍ଦ୍ରପୁର ସ୍ଥିତ ଷ୍ଟେଟବ୍ୟାଙ୍କ ଶାଖାରୁ ୪ ଲକ୍ଷ ୬୯ ହଜାର ଟଙ୍କା ଉଠାଇ ମୋଟର ସାଇକେଲରେ ଘରକୁ ଯିବାବେଳେ ବ୍ୟାଙ୍କ ସମ୍ମୁଖରୁ ଦୁଇଜଣ ଦୁବୃର୍ତ୍ତ ସ୍ପଷ୍ଟ ଦିବାଲୋକରେ ସେହି ଟଙ୍କାକୁ ଲୁଟି ନେଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି!ଅଭିଯୋଗ ପାଇ ବାଲିଚନ୍ଦ୍ରପୁର ଥାନା ପୋଲିସ ଛାନଭିନ ଚଳାଇଥିଲେ ମଧ୍ୟ ଲୁଟେରା ମାନଙ୍କୁ ଠାବ କରିପାରି ନାହିଁ!ସୂଚନା ଅନୁଯାୟୀ ଉପରୋକ୍ତ ଗୋଷ୍ପୀର ସଭାପତି ଚିନ୍ମୟୀ ଖଟୁଆ,ସମ୍ପାଦିକା ବିନତୀ ଜେନା ଓ ବିନତୀଙ୍କ ସ୍ୱାମୀ ଧର୍ମରାଜ ବଳ ବ୍ୟାଙ୍କର ସତିତି ଜମା ଖାତାରୁ ୪ଲକ୍ଷ ୬୯ ଟଙ୍କା ଉଠାଇଥିଲେ! ସେହି ଟଙ୍କାକୁ ବ୍ୟାଗରେ ପୁରାଇ ଦିନ ପ୍ରାୟ ୩ଟା ବେଳେ ନିଜ ଗ୍ରାମ ଚାରିନଙ୍ଗଳକୁ ଯାଉଥିଲେ! ସେମାନେ ବ୍ୟାଙ୍କ ସମ୍ମୁଖରୁ ମାତ୍ର ୫୦ଫୁଟ ଯିବାପରେ ଦୁଇଜଣ ଦୁବୃର୍ତ୍ତ ମଟର ସାଇକେଲରେ ଆସି ହଠାତ ସେମାନଙ୍କ ପାଖରୁ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେଇ ୫୩ ନମ୍ବର ଜାତୀୟ ରାଜପଥରେ ଦୃତବେଗରେ ଚମ୍ପଟ ମାରିଥିଲେ!ଏନେଇ ଚିନ୍ମୟୀ ଥାନାରେ ଲିଖିତ ଏତଲା ଦେବାପରେ ପୋଲିସ ୨/୨୪ ନମ୍ବରରେ ମାମଲା ପଞ୍ଜିକରଣ କରି ଛାନଭିନ ଆରମ୍ଭ କରିଥିଲା! ପରେ ବ୍ୟାଙ୍କର ସିସିଟିଭି ଫୁଟେଜ ଯାଞ୍ଜବେଳେ ସପୃକ୍ତ ଦୁଇ ଲୁଟେରା ବ୍ୟାଙ୍କ ଭିତରେ ଥାଇ ଟଙ୍କା ଉଠାଉଥିବା ଗୋଷ୍ଠୀ କର୍ମକର୍ତ୍ତା ମାନଙ୍କ ଗତିବିଧି ଲକ୍ଷ କରୁଥିବା ପୋଲିସ ଜଣାପାରିଛି! ସେମାନେ ଟଙ୍କାଧରି ବ୍ୟାଙ୍କ ବାହାରକୁ ଯିବାପରେ ଦୁବୃର୍ତ୍ତମାନେ ତାଙ୍କ ପିଛାକରି ସେମାନଙ୍କ ଠାରୁ ଟଙ୍କାବ୍ୟାଗ ଛଡାଇ ନେଇଥିବା ଜଣାପଡିଛି! ପରେ ପୋଲିସ ପକ୍ଷରୁ ଜିଲ୍ଲାର ସମସ୍ତ ଥାନା ପୋଲିସ ସହାୟତାରେ ବିଭିନ୍ନ ସ୍ଥାନରେ ତନଖି ହୋଇଥିଲେ ମଧ୍ୟ ସୁଫଳ ମିଳିପାରି ନାହିଁ! ସ୍ପଷ୍ଟ ଦିବାଲୋକରେ ଏତେ ପରିମାଣର ଟଙ୍କା ଲୁଟହେବା ପରେ ତାହା।ପୋଲିସ ପାଇଁ ଚାଲେଞ୍ଜ ହୋଇଛି! ଅପରପକ୍ଷରେ ଦୁବୃତ୍ତ ମାନେ ବ୍ୟାଙ୍କ ଭିତରେ ଦୀର୍ଘ ସମୟ ରହି ଲୁଟର ମ୍ୟାପିଙ୍ଗ କରି ଗ୍ରାହକଙ୍କ ପିଛାକରି ବ୍ୟାଙ୍କ ସମ୍ମୁଖରୁ ଟଙ୍କା ଲୁଟ କରିଥିଲେ ମଧ୍ୟ ବ୍ୟାଙ୍କର ସିକ୍ୟୁରିଟି ଓ କର୍ମଚାରୀ କିପରି ଯାଣିପାରିଲେ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି!
Leave A Reply