Odisha news

ଆଲମିରା ତାଲାଭାଙ୍ଗି ଘରୁ ଟଙ୍କା ଲୁଟ ଅଭିଯୋଗ

0
ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ଥାନାର ଚଣ୍ଡିତଳ ପଞ୍ଚାୟତ ଅନ୍ତର୍ଗତ ଚାଉଳଥଳି ଗ୍ରାମର ଚିତ୍ତରଞ୍ଜନ ରାଉତଙ୍କ ଘରୁ ଗତ ୧୨ ତାରିଖ ବିଳମ୍ବିତ ରାତିରେ ଦୃବୁର୍ତମାନେ ଟଙ୍କା ଲୁଟି ନେଇଥିବା ବଡଚଣା ଥାନାରେ ଅଭିଯୋଗ ହୋଇଛି! ରାତିରେ  ଘର ଭିତରେ ସମସ୍ତେ ଶୋଇଥିବା ବେଳେ କେହି ଦୁବୃତ ତାଙ୍କ ଘର ଭିତରେ ପଶି ଆଲମିରା ତାଲାଭାଙ୍ଗି ସେଥିରେ ଥିବା ୪୦,୫୦୦ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି ! ଅଭିଯୋଗ ଆଧାରରେ ବଡ଼ଚଣା ଥାନା ପୋଲିସ ବୁଧବାର ଦିନ  ସାଇଣ୍ଟିଫିକ ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ! ତେବେ ରିପୋର୍ଟ ଲେଖା ପର୍ଯ୍ୟନ୍ତ ପୋଲିସ ଲୁଟେରାଙ୍କ ଟେର ପାଇପାରି ନଥିବା ଜଣାପଡିଛି!
Leave A Reply