Odisha news

ସାମାଜିକ ନ୍ୟାୟ ପ୍ରବର୍ତ୍ତକ ପ୍ରାକ୍ତନ ସାଂସଦ ମୋହନ ଜେନାଙ୍କ ପ୍ରଥମ ବାର୍ଷିକ ସ୍ମୃତି ଉତ୍ସବ

0
ଚଣ୍ଡିଖୋଲ : ସାମାଜିକ ନ୍ୟାୟ ଆନ୍ଦୋଳନର ପ୍ରବର୍ତ୍ତକ,ନିର୍ଭିକ ରାଜନେତା ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧୋତ୍ସବ ଓ ସ୍ମୃତି ଉତ୍ସବ  ଚଣ୍ଡିଖୋଲ ଠାରେ ମଙ୍ଗଳବାର ସନ୍ଧ୍ୟାରେ ପାଳିତ ହୋଇଥିଲା! ସ୍ଥାନୀୟ ବରିଷ୍ଠ ନାଗରିକ ମଞ୍ଚ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସ୍ମୃତି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଓ ବୁଦ୍ଧିଜୀବୀ ଯୋଗଦେଇ ଦିବଙ୍ଗତ ମୋହନ ବାବୁଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରିଥିଲେ! ସ୍ୱର୍ଗତ ମୋହନ ଜେନା ବଡଚଣା ତଥା ଚଣ୍ଡିଖୋଲର ସ୍ୱାଭିମାନ ର ପକ୍ଷା ତଥା ହକ ପାଇଁ ଲଢେଇକରି ଚଣ୍ଡିଖୋଲକୁ ଜିଲ୍ଲା ବା ରାଜସ୍ୱ ସବଡିଭିଜନର ମାନ୍ୟତା ଦାବିରେ ଗତବର୍ଷ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ମତ ରଖିବାପରେ ସେହିଠାରେ ତାଙ୍କର ହୃଦଘାତ ହୋଇଥିଲା ! ଏହି ଦୁଖଦ ପରିସ୍ଥିତିକୁ ମନେ ପକାଇ ତାଙ୍କର ସେହି ଅଧୁରା ସ୍ୱପ୍ନକୁ ବାସ୍ତବତା ଦେବାପାଇଁ ସ୍ମୃତି ସଭାରେ ବହୁବକ୍ତା ଆହ୍ୱାନ ଦେଇଥିଲେ! ମୋହନ ଜେନା ସ୍ମୃତି ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାରେ ସମାଜସେବୀ ଅନନ୍ତଚରଣ ଷେଣ୍ଢଙ୍କ ଅଧ୍ୟକ୍ଷତା କରିଥିଲେ! ଏଥିରେ ଚଣ୍ଡିଖୋଲ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ନରେନ୍ଦ୍ରକୁମାର ମହାନ୍ତି, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିରଞ୍ଜନ ସାହୁ, କୈଳାସଚନ୍ଦ୍ର ରାଉତ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରମାକାନ୍ତ ରାଉତ, ବ୍ଲକ କଂଗ୍ରେସ କମିଟି ସଭାପତି ଉମେଶ ଚନ୍ଦ୍ର ଜେନା, କଂଗ୍ରେସ ନେତା କୁଳମଣି ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ, ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ସାମ୍ବାଦିକ ସତୀଶ ବିଶ୍ୱାଳ, ପ୍ରମୋଦକୁମାର ପଣ୍ଡା,ଡ଼ଃ ଦିଲ୍ଲୀପ କୁମାର ନାୟକ,ଅଧ୍ୟାପକ ବିଜୟ କେତନ ସାମଲ, ଚଣ୍ଡିଖୋଲ ବଣିକ ସଙ୍ଘ ସଭାପତି କ୍ଷୀରୋଦ ଚନ୍ଦ୍ର ମାହାଲା, କମ୍ୟୁନିଷ୍ଟ ନେତା ଈଶ୍ୱର ଚନ୍ଦ୍ର ପରିଡା,ହୋଲି ଜେସସ ବିଦ୍ୟାଳୟର ଅଧ୍ୟକ୍ଷା କାମିନୀ ନାୟକ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର ଶାନ୍ତି,ରମାକାନ୍ତ ରାଉତ,ଜ୍ଞାନରଞ୍ଜନ ସାହୁ,ସରପଞ୍ଚ ରମେଶ ପୃଷ୍ଟି, ସମିତିସଭ୍ୟ ମଧୁସୂଦନ ବଳ
,ସରକାରୀ ଓକିଲ ଦେବରାଜ ବେହେରା,ବୈକୁଣ୍ଠ ସାମନ୍ତରାୟ,,ମନୋରଞ୍ଜନ ଜେନା, ଅଭିମନ୍ୟୁ ଧଳ,ଜୟ ପ୍ରକାଶ ବିଶ୍ୱାଳ,ଲକ୍ଷ୍ମଣ ପ୍ରଧାନ,ଜଗନ୍ନାଥ ମୁଦୁଲି, ଓ ସନ୍ତୋଷ କୁମାର ଜେନାଙ୍କ ସହ ବହୁ ନେତୃବୃନ୍ଦ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ! ସଂସଦର ସମ୍ପାଦକ ପ୍ରଦୀପ୍ କୁମାର ଧଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଉପ ସଭାପତି ପ୍ରଦୀପ୍ତକୁମାର ଜେନା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ!
Leave A Reply