କଣାସ : : ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ବେଣାଗାଁ ଦୁର୍ଗାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇଦିନ ହେଲା ଅନୁଷ୍ଠିତ ହୋଇଥିବା ୪୧ତମ ଜିଲ୍ଲାସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଆଜି ଉଦଯାପିତ ହୋଇଯାଇଛି ।ଏହି ଉଦଯାପନୀ ଉତ୍ସବରେ ପୁରୀ ଜିଲ୍ଲା ସହଶିକ୍ଷା ଅଧିକାରୀଣୀ ମମତା ମିଶ୍ର ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୈଜ୍ଞାନିକ ଡ଼ଃ ଅଶୋକ କୁମାର ରଥ,ପଠାଣି ସାମନ୍ତ ପ୍ଲାନେଟେରୀୟମର ଉପନିର୍ଦ୍ଦେଶକ ଡ଼ଃ ସୁରେନ୍ଦ୍ର ପଟ୍ଟନାୟକ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସହଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ସାମର୍ଥା,ଶୈଳଜା ରାଜ୍ ତନୟା, ସଂଗଠନ ସମ୍ପାଦକ ବିଜୟ କୁମାର ଜେନା ଓ ବିଜ୍ଞାନ ସୁପରଭାଇଜର ତାପସ ପ୍ରିୟଦର୍ଶୀ ପ୍ରମୁଖ ରହିଥିବା ବେଳେ ଉଦ୍ଯାପନି ଉତ୍ସବରେ ସହ ଶିକ୍ଷା ଅଧିକାରୀ ସୂର୍ଯ୍ୟ ନାରାୟଣ ନାୟକ ,ନାରାୟଣ ପ୍ରଧାନ, ବିନୋଦ ବିହାରୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ୧୧ଟି ବ୍ଲକର ସମୁଦାୟ ୫୫ଟି ପ୍ରକଳ୍ପ ମଧ୍ୟରୁ ପାଞ୍ଚୋଟି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ ହୋଇଥିଲେ ।ପ୍ରଥମ ସ୍ଥାନରେ କଣାସ ବ୍ଲକ୍ ବାରଦା ବାଦଲପୁର ଉଚ୍ଚ ବିଦ୍ୟାଳୟର ଓମ୍ ମହାପାତ୍ର ଓ ଦ୍ୱିତୀୟ ସ୍ଥାନରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁରୀର ପ୍ରତୀକ୍ଷା ମିଶ୍ର,ତୃତୀୟ ସ୍ଥାନରେ ପିପିଲି ନହଳାପଡା ଉଚ୍ଚ ବିଦ୍ୟାଳୟର ଆଶୁତୋଷ ଷଡ଼ଙ୍ଗୀ,ସେହିପରି ଗୋପ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟର ଆଦିତ୍ୟ ସାହୁ ଚତୁର୍ଥ ସ୍ଥାନରେ ଥିବାବେଳେ ପଞ୍ଚମ ସ୍ଥାନରେ ଅସ୍ଥରଙ୍ଗ ଉଚ୍ଚ ବିଦ୍ୟାଳୟ ଅସ୍ଥରଙ୍ଗର ନିଖିଳ ବିଶ୍ବଜୟୀ ମହାନ୍ତି ରାଜ୍ୟ ସ୍ତରକୁ ଯିବା ପାଇଁ ମନୋନୀତ ହୋଇଛନ୍ତି ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟତ୍ରୀ ଓ ସାଧାନ କେନ୍ଦ୍ରର ସଂଯୋଜକମାନେ ସହଯୋଗ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ସୁଶାନ୍ତ କୁମାର ନରେନ୍ଦ୍ର ।