Odisha news

ପୁଣି ବିବାଦ ଘେରରେ ବଡଚଣା ସିଡିପିଓ : ବ୍ଳକ ମିଶନଶକ୍ତି ସଭାନେତ୍ରୀଙ୍କୁ ଦୁର୍ବ୍ୟବହାର ନେଇ ଥାନାରେ ଏତଲା ଦାୟର

0
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଳକରେ କାର୍ଯ୍ୟରତ ସିଡିପିଓ ଭଗବତୀ ଗୁରୁଙ୍କ ଦବଙ୍ଗଗିରୀ ବଢିବଢି ଚାଲିଥିବାରୁ ସେ ପୁଣି ବିବାଦରେ ଛନ୍ଦିହୋଇ ପଡିଛନ୍ତି! ଗତ ଅଷ୍ଟୋବର ମାସ ୨୬ ତାରିଖରେ ଏକ ସାମାନ୍ୟ ଘଟଣାକୁ ନେଇ ବିନା କାରଣରେ ସେ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁପରଭାଇଜର ସୁବାସିନୀ ଦାସଙ୍କୁ ଚୁଟି ଧରି ଘୋଷାରି ମାଡ଼ ମାରିବା ଭଳି ଘଟଣା ଘଟାଇଥିଲେ! ତାକୁନେଇ ତାଙ୍କ ନାମରେ ବଡ଼ଚଣା ଥାନାରେ ଏକ ମାମଲା ପଞ୍ଜିକୃତ ହୋଇ ପୋଲିସ ତଦନ୍ତ ଚାଲିଛି ଓ ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏହିଘଟଣାର ତଦନ୍ତ କରୁଛନ୍ତି! ଅଦ୍ୟାବଧି ସେହି ଘଟଣାଟି ସଭିଙ୍କ ମନରୁ ଲିଭିନଥିବା ବେଳେ ପୁଣି ସିଡିପିଓଙ୍କ ଭଗବତୀ ଗୁରୁ ନିଜ କାର୍ଯ୍ୟାଳୟରେ ଦବଙ୍ଗଗିରୀ ଚଳାଇବା ଘଟଣା ସମଗ୍ର ବ୍ଳକରେ ତିବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି! ଏଥର ସେ ବ୍ଳକ ମିଶନ ଶକ୍ତି ସଭାନେତ୍ରୀଙ୍କ ସହ ଅନ୍ୟ କେତେକଙ୍କୁ ନିଜ କାର୍ଯ୍ୟାଳୟରେ ଗାଳି ଗୁଲଜ କରିବା ସହ ଅଫିସ ଭିତରୁ ବାହାରି ଯିବାକୁ କହିବା ପରି ଅଭିଯୋଗ ହୋଇଛି! ଏଥିନେଇ ବ୍ଳକ ମିଶନ ଶକ୍ତି ସଭାନେତ୍ରୀ ତାଙ୍କ ନାମରେ ବଡଚଣା ଥାନାରେ ୨୯ ତାରିଖ ଦିନ ଆଉଏକ ଏତଲା ଦାୟର କରିଥିବା ଜଣାପଡ଼ିଛି!
 ସୂଚନା ମୁତାବକ ଗତ ୧୬ ତାରିଖ ଦିନ ବଡଚଣା ବ୍ଳକର ୨୪ଟି ପଞ୍ଚାୟତର ଅଙ୍ଗନୱାଡି କେନ୍ଦ୍ର ପିଲାମାନଙ୍କୁ ସୁଇଟର ଦେବା ପାଇଁ ସିଡିପିଓଙ୍କ ପକ୍ଷରୁ ନୋଟିସ ପ୍ରକାଶ ପାଇଥିଲା ! ଏ ବିଷୟରେ ଅବଗତ ହେବା ସହିତ କେଉଁ କେଉଁ ଗୋଷ୍ଠୀ ସୁଇଟର ଯୋଗାଣ ପାଇଁ ଆବେଦନ କରିଛନ୍ତି ସେମାନଙ୍କ ତାଲିକା ଓ ନିୟମାବଳୀ ବିଷୟରେ ଜାଣିବା ପାଇଁ ଗତ ୨୮ ତାରିଖ ଦିନ ବ୍ଲକ ମିଶନଶକ୍ତି ସଭାନେତ୍ରୀ ପୁଷ୍ପଲତା ନାଥ ଓ ସମ୍ପାଦିକା ସଂଯୁକ୍ତା ନାଥ ଆଲୋଚନା ପାଇଁ ସିଡିପିଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ! ସେମାନେ ତାଙ୍କୁ ଏବିଷୟରେ ପଚାରିବା କ୍ଷଣି ସେ ହଠାତ ରାଗିଯାଇ ସେମାନଙ୍କୁ ଗାଳିଗୁଲଜ କରିବା ସହ ତୁମ୍ଭେମାନେ କିଏ ? ମୁଁ ତୁମକୁ ଜାଣିନାହିଁ,ତୁମକୁ କାହିଁକି ତଥ୍ୟ ଦେବିବୋଲି କହି ତୁରନ୍ତ ମୋ କାର୍ଯ୍ୟାଳୟରୁ ବାହାରି ଯାଅ ବୋଲି କହିଥିଲେ ! ସିଡିପିଓଙ୍କ ଏଭଳି ଦୁବ୍ୟବହାରରେ ଅତିଷ୍ଠ ହୋଇ ମିଶନ ଶକ୍ତି ସଭାନେତ୍ରୀ ଓ ସମ୍ପାଦିକା ଗତକାଲି ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ଜଣାପଡ଼ିଛି! ଏନେଇ ୩୦ତାରିଖରେ ସଭାନେତ୍ରୀ ଓ ସମ୍ପାଦିକା ଯାଜପୁର ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଅବଗତ କରିଥିବା ଜଣାପଡ଼ିଛି!ଏଥିନେଇ ବଡଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ରଙ୍କୁ ପଚାରିବାରେ ସେ ଏ ସମ୍ପର୍କରେ ଏକ ଅଭିଯୋଗ ପତ୍ର ପାଇଛନ୍ତି! ତାକୁ ଡାଇରୀ କରାଯାଇ ତା ଉପରେ ଅନୁଧ୍ୟାନ ହେଉଛି ବୋଲି କହିଥିଲେ! ତେବେ ସମଗ୍ର ବଡଚଣା ବ୍ଳକରେ ଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ସୁଇଟର ଯୋଗାଣ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇ ଆସୁଛି ବୋଲି ପୂର୍ବରୁ ମଧ୍ୟ ଅଭିଯୋଗ ହୋଇ ଆସିଛି! ହେଲେ ଏହାର ବିଦ୍ଧିବଦ୍ଧ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଘଟଣା ଧିରେଧିରେ ଜଟିଳ ହେଉଛି!
Leave A Reply