Odisha news

ପ୍ରଧାନମନ୍ତ୍ରୀ ଆବାସ ସହ କେନ୍ଦ୍ରୀୟ ଯୋଜନାରେ ଘୋଟାଲା ଅଭିଯୋଗରେ ବିଜେପି ପକ୍ଷରୁ ବଡଚଣା ବ୍ଲକ ଘେରାଉ !

0
ଚଣ୍ଡିଖୋଲ (ସୁଭେନ୍ଦ୍ର ପଟ୍ଟନାୟକ ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ଅନ୍ୟ କେନ୍ଦ୍ରୀୟ ଯୋଜନା ଗୁଡିକରେ ବ୍ୟାପକ ଘୋଟାଲି ଓ ହିତାଧିକାରୀ ଚୟନରେ ଚଞ୍ଚକତା ସହ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ୩୦ ତାରିଖ ଦିନ ବିଜେପି ପକ୍ଷରୁ ବଡଚଣା ବ୍ଳକ ଘେରାଉ କରାଯାଇଥିଲା! ସ୍ଥାନୀୟ ମାଝୀଗୌରୀ ପୀଠ ଠାରୁ କର୍ମୀ ମାନେ ଶୋଭାଯାତ୍ରାରେ ଆସି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା! ଏହି ପ୍ରତିବାଦ ସଭାରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ବିଜେପି ଜିଲ୍ଲା ସଭାପତି ଗୌତମ ରାୟ,ବଡଚଣା ବିଜେପି ନେତା ଅମର ନାୟକ,ବିଜେପି ଜିଲ୍ଲା ଉପ ସଭାନେତ୍ରୀ ଦେବଯାନୀ ପ୍ରଧାନ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଷୋଦଗାର କରିଥିଲେ! ରାଜ୍ୟ ସରକାର ଲୋକଙ୍କ ଆସ୍ତା ହରାଇ ଥିବାରୁ ଏବେ କେବଳ ବିଭିନ୍ନ ଭୋଲାନୀତ ଯୋଜନା ପ୍ରଣୟନକରି ଭୋଟ ବୈତରଣୀ ପାର ହେବାକୁ ଚେଷ୍ଟା କରୁଥିବା ସେମାନେ ଅଭିଯୋଗ କରିଥିଲେ! ସମସ୍ତ ସରକାରୀ ଯୋଜନାର ସଫଳ ରୁପାୟନ ପାଇଁ ପଞ୍ଚାୟତ ସମିତି ଅଧିନରେ ଓ ଲୋକ ପ୍ରତିନିଧି ମାନଙ୍କ ଜ୍ଞାତସାରରେ ହେବାକୁ ବିଧି ରହିଥିଲେ ମଧ୍ୟ ତାହା ବଡଚଣାରେ କାର୍ଯ୍ୟକାରୀ ହେଉନଥିବାରୁ ପ୍ରକୃତ ହିତାଧିକାରୀ ଉପେକ୍ଷିତ ହେଉଥିବା ସେମାନେ ଅଭିଯୋଗ କରିଥିଲେ! ଏଥିରେ ଜିଲ୍ଲା ଯୁବମୋର୍ଚା ସାଧାରଣ ସମ୍ପାଦକ ପ୍ରିତମକୁମାର ନାୟକ,ଯୁବନେତା ନିଳମଣି ରାଉତ,ପବିତ୍ର ରାଉତ,ପ୍ରମୋଦ ଜେନାଙ୍କ ସହ ସମସ୍ତ ମଣ୍ଡଳ ସଭାପତି ମାନେ ଅଭିଭାଷଣ ପ୍ରଦାନ କରିଥିଲେ! ପ୍ରତିବାଦ ସଭା ପରେ ବିଡିଓଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା!

Leave A Reply