ଚଣ୍ଡିଖୋଲ : ରୋଗିସେବା ପାଇଁ ଉଦୀଷ୍ଟ ଆମ୍ବୁଲାନ୍ସରେ ଅଭିନବ ଉପାୟରେ ଓ ଅତି ସନ୍ତର୍ପଣରେ କଲିକତାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବେଳେ ବଡଚଣା ଥାନା ପୋଲିସ କୌଶଳକରି ଜାତୀୟ ରାଜପଥରୁ ସେହି ଆମ୍ବୁଲାନ୍ସ ଓ ଚୋରା ଗଞ୍ଜେଇକୁ ଜବତ କରିଥିବା ଜଣାପଡିଛି! ଏଥିସହ ଏହି ଚୋରା କାରବାରରେ ସପୃକ୍ତ ୨ଜଣଙ୍କୁ ମଧ୍ୟ ପୋଲିସ ଗିରଫକରି ବୁଧବାର ଦିନ କୋର୍ଟ ଚାଲାଣ କରିଛି! ପୋଲିସ ରାସ୍ତାରେ ଗାଡି ତନଖିକରୁଥିବା ବେଳେ ଗତକାଲି ଏହି ଆମ୍ବୁଲାନ୍ସର ଚାଳକ ହଠାତ ବ୍ୟତିବ୍ୟସ୍ତ ହୋଇ ରାସ୍ତାକଡ ବ୍ୟାରିକେଟରେ ଧକ୍କା ଦେଇଥିଲା! ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହେବାଦେଖୀ ପୋଲିସ ସେଠାକୁ ଯିବାକ୍ଷଣି ସେଥିରେଥିବା ଦୁଇଜଣ ଗଞ୍ଜେଇ ଚୋର ଆମ୍ବୁଲାନ୍ସ ଛାଡି ଦୌଡିଥିଲେ! ଏହାଦେଖି ପୋଲିସ ସେ ଦୁଇଜଣଙ୍କୁ ଗୋଡାଇ ଧରିବାକୁ ସକ୍ଷମ ହୋଇଥିଲା! ପରେ ପୋଲିସ ସେହିଦୁଇ ବ୍ୟକ୍ତିଙ୍କୁ ପଚରା ଉଚରା କରିବାରୁ ଆମ୍ବୁଲାନ୍ସରେ ଗଞ୍ଜେଇ ଥିବା ସେମାନେ ପ୍ରକାଶ କରିଥିଲେ! ତେବେ ସୁଦୁର କନ୍ଧମାଳ ଜିଲ୍ଲାରୁ ଅନ୍ୟଏକ ଗାଡିରେ କଟକ ଜିଲ୍ଲାର ମଙ୍ଗୁଳି ପର୍ଯ୍ୟନ୍ତ ଏହି ଚୋରା ଗଞ୍ଜେଇ ଆସିବା ପରେ ସେଠାରୁ ଇକ୍ତ ଆମ୍ବୁଲାନ୍ସରେ କୌଶଳକରି ତାହାକୁ କଲିକତାର ମେଦିନାପୁରକୁ ଚାଲାଣ କରାଯାଉଥିବା ଜଣାପଡିଛି! ଏ ସମ୍ପର୍କରେ ବଡଚଣା ପୋଲିସ ଥାନାରେ ୩୨୭/୨୩ ନମ୍ବରରେ ଏକ ମାମଲା ରୁଜକରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନକରି ସିଲିକରିଥିଲେ! ଗିରଫଦୁଇ ଗଞ୍ଜେଇ ଚୋର ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରପୋଷୀର ରୋଗେଶ୍ୱର କାଳିଆ (୨୧) ଓ ପଶ୍ଚିମବଙ୍ଗ ଦାନ୍ତେନୁଆ ଅଞ୍ଚଳର ସଞ୍ଜୁ ପାତ୍ର (୩୦)! ଏହି ଦୁଇଜଣଙ୍କୁ ପୋଲିସ ବୁଧବାର ଦିନ।ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଥିବା ବେଳେ ନିଜେ ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି! ଜବତ ଗଞ୍ଜେଇ ମୂଲ୍ୟ ଆନୁମାନିକ ୧୦ ଲକ୍ଷ ଟଙ୍କା ହେବ ଓ ନିୟମିତ ଭାବେ ଏହିପରି ଅଭିନବ ଢଙ୍ଗରେ ଜାତୀୟ ରାଜପଥରେ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରାଚାଲାଣ ହୋଇ ଆସୁଥିବା ଜଣାପଡିଛି!