Odisha news

ବିରୂପା ନଦୀ ବନ୍ୟାରେ ବଡ଼ଚଣାର ୫ ପଞ୍ଚାୟତ ପ୍ରଭାବିତ : ବହୁ ଗ୍ରାମ ଜଳବନ୍ଦୀ, ହଜାର ହଜାର ହେଷ୍ଟର ଚାଷଜମି କ୍ଷତିଗ୍ରସ୍ତ

0

ଚଣ୍ଡିଖୋଲ୪/୮ : ଲଗାଣ ବର୍ଷା ଯୋଗୁଁ ବିରୂପା ନଦୀରେ ବନ୍ୟା ଆସିଛି! ଫଳରେ ଯାଜପୁର ଜିଲ୍ଲା ବଡଚଣା ବ୍ଳକର ନଦୀକୂଳିଆ ୫ଟି ପଞ୍ଚାୟଦ ପ୍ରଭାବିତ ହୋଇଛି ! ବନ୍ୟାଯୋଗୁ ୨୦ରୁ ଉର୍ଦ୍ଧ୍ବ ଗ୍ରାମ ଜଳବନ୍ଦୀରେ ରହିବା ସହ ହଜାର।ହଜାର ହେଷ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି! ଗତ ୩ ତାରଖ ସନ୍ଧ୍ୟା ଠାରୁ ବିରୂପା ନଦୀରେ ଜଳ ପତନ କ୍ରମଶଃ ବୃଦ୍ଧି ପାଇ ଆଜି ତାହାର ପ୍ରକୋପ ଦେଖିବାକୁ ମିଳିଥିଲା ! ଏଥିପାଇଁ ବଡ଼ଚଣାର ଗୋପାଳପୁର, ଚାରିନଙ୍ଗଳ,ପତରାଜପୁର,ବାଲିପଡ଼ିଆ, ଅଚ୍ୟୁତବସନ୍ତ , ମଝିପଡା ଓ ମାଣ୍ଡୁକା ଆଦି ପଞ୍ଚାୟତ ଗୁଡିକରେ ବନ୍ୟା ଜଳ ପ୍ରବେଶ କରିଛି ! ତେବେ ଗଜେନ୍ଦ୍ରପୁର, କଳାଶ୍ରୀ, ଆମ୍ବସୌରୀ, ପତରାଜପୁର ସିଂହ ସାହି, ବାହାଦୁର ନଗର, ତିଗିରିଆ, ଧାଉଡ଼ିଆପଦା, ଚାରିନଙ୍ଗଳ ଓ ଖଡକପୁର ଆଦି ଗ୍ରାମ ଜଳବନ୍ଦୀ ହୋଇ ରହିଛି!  ବନ୍ୟା ପାଣିରେ ଗାଁ ରାସ୍ତା ବୁଡି ଯାଇଥିବାରୁ ଯାତାୟତରେ ଗ୍ରାମବାସୀ ସମସ୍ୟାର ସମ୍ମୁଖୀନ ହେଇଛନ୍ତି ! ତେବେ ଆଜି ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀ, ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ ଓ ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ ପ୍ରମୁଖ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଏହା ଉପରେ ସବିଶେଷ ତଥ୍ୟ ସଗ୍ରହ କରିବା ସହ ପ୍ରଶାସନ ପକ୍ଷରୁ ବନ୍ୟା ଉପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ପାଇଁ ତୀକ୍ଷ୍ଣ ନଜର ରଖାଯାଇଥିବା କହିଛନ୍ତି! କଳାଶ୍ରୀ ଦଳେଇସାହି ଓ ଦକ୍ଷିଣ ଗୋପାଳପୁର ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଥିବାରୁ ଗ୍ରାମବାସୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଶୁକ୍ରବାର ଦିନ ଡଙ୍ଗା ଯୋଗାଇ ଦିଆଯାଇଛି !

Leave A Reply