Odisha news

ବଡଚଣାରେ କାଳ ବୈଶାଖୀ ପ୍ରଭାବ : ଭାଙ୍ଗିଲା ମନ୍ଦିର ଦଧିନଉତି ଓ ତ୍ରିଶୁଳ,ଭୁଷୁଡିଲା କୁକୁଡା ଫାର୍ମ

0
ଚଣ୍ଡିଖୋଲ,୯/୫ : ମଙ୍ଗଳବାର ଅପ ସନ୍ଧ୍ୟାରେ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଳକ ଅନ୍ତର୍ଗତ କେତେକ ଅଞ୍ଚଳରେ କାଳ ବୈଶାଖୀର ଭିିିଷଣ ପ୍ରଭାବ ଅନୁଭୂତ ହୋଇଥିଲା ! ପ୍ରବଳ ଘଡଘଡି ସହିତ ବର୍ଷା ପବନ ଯୋଗୁଁ  କେତେକ ଅଞ୍ଚଳରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ! ଉକ୍ତ ବ୍ଳକର ବନ୍ଦାଳ ପଞ୍ଚାୟତର ଜଗନ୍ନାଥପୁର,ଡିହକରନ୍ଦା ଓ ହାଟକରନ୍ଦା ସମେତ କେତେକ ଅଞ୍ଚଳରେ କ୍ଷୟକ୍ଷତି ବ୍ୟାପକ ହୋଇଥିବା ସୂଚନା ମିଳିଛି ! ଜଗନ୍ନାଥପୁର ଗ୍ରାମରେ ଥିବା ଏକ କୁକୁଡ଼ା ଫାର୍ମ ଝଡ଼ ତୋଫାନରେ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ! ସେହିପରି ଏହି ଗ୍ରାମରେ ପ୍ରତିଷ୍ଠା କରାଯାଇଥିବା ନାଗେଶ୍ୱର ମହାଦେବ ମନ୍ଦିରର ବାର୍ଷିକ ଯଜ୍ଞ ଉତ୍ସବ ଗତ ୮ ତାରିଖରୁ ଗ୍ରାମବାସୀଙ୍କ ସହଯୋଗରେ ଆରମ୍ଭ ହୋଇଥିଲା ! ଆଜି ଥିଲା ଏହି ଯଜ୍ଞ ଉତ୍ସବର ଦ୍ଵିତୀୟ ଦିନ! ହେଲେ କାଳ ବୈଶାଖୀ ଯଜ୍ଞ ସ୍ଥଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା! ମନ୍ଦିରର ଦଧିନଉତି ଓ ତା’ ଉପରେ ଥିବା ତ୍ରିଶୁଳ ଭାଙ୍ଗି ପଡିଥିବା ବେଳେ ଯଜ୍ଞ ମଣ୍ଡପଟି ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ! ଯାହା ଫଳରେ ଉଦ୍ୟୋକ୍ତା ମାନଙ୍କ ମଧ୍ୟରେ ନୈରାଶ୍ୟ ଖେଳି ଯାଇଛି ! ତଥାପି ବର୍ଷା ପବନ ଛାଡି ଗଲା ପରେ ଗ୍ରାମବାସୀମାନେ ଯଜ୍ଞ କାର୍ଯ୍ୟ ପାଇଁ ଲାଗିପଡିଥିବା ଦେଖିବାକୁ ମିଳିଛି ! ଆଜିର ବର୍ଷା ପବନ ଯୋଗୁ ବଡଚଣା, ଚଣ୍ଡଖୋଲ, ଧାାନମଣ୍ଡଳଳର,ଦର୍ପଣ ପ୍ରଭୃତି ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହେବା ସହିତ ବଡବଡ ଗଛ ଉପୁଡି ପଡିଛି ଓ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି!

Leave A Reply