Odisha news

ମିଲେଟ ମିଶନ ପକ୍ଷରୁ ଶସ୍ୟ କଟା ଓ କ୍ଷେତ୍ର ଦିବସ ପାଳିତ

0

ଠାକୁରମୁଣ୍ଡା – 9/5 : ଠାକୁରମୁଣ୍ଡା ବ୍ଲକର ତରାମରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡକେଇପାଳ ଗ୍ରାମରେ ୯ ତାରିଖରେ ମାଣ୍ଡିଆ ଚାଷ ଜମିରୁ ଶସ୍ୟ କଟାଯିବା ସହ କ୍ଷେତ୍ର ଦିବସ ପାଳିତ ହୋଇଯାଇଛି l ମିଲେଟ ମିଶନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସିୱାଇଏସଡି ଅନୁଷ୍ଠାନ ପରିଚାଳନା କରିଥିଲା l  ମିଲେଟ ମିଶନ ର ଆଭିମୁଖ୍ୟ ସମ୍ପର୍କରେ ସହକାରୀ ବ୍ଲକ କାର୍ଯ୍ୟକ୍ରମ ଅଧିକାରୀ ପ୍ରଜ୍ଞା ପାରମିତା ମିଶ୍ର କହିବା ସହିତ ସଭାରେ ଯୋଗଦେଇଥିବା ଅତିଥିଙ୍କ ପରିଚୟ କରିଥିଲେ l ମୁଖ୍ୟ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତ ଯୋଗଦେଇ ମିଲେଟ ଚାଷ କିପରି ଲାଭଦାୟକ ଏବଂ ଚାଷୀ କିପରି ଉପକୃତ ହେଉଛି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ଅନ୍ୟାନ୍ୟ ଚାଷ ସହିତ ଏକ ତୁଳନାତ୍ମକ ବ୍ୟାଖ୍ୟା ଉପସ୍ଥାପନ କରିଥିଲେ l ମିଲେଟ ଚାଷ ବିଶେଷ କରି ମାଣ୍ଡିଆ ଚାଷକୁ ଆପଣାଇବାକୁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମରେ କୃଷି ଅଧିକାରୀ ତ୍ରଲ୍ୟୋକ୍ୟନାଥ ବାରିକ, ମୃଗାଶୁଣି ପ୍ରଡ୍ୟୁଷର ଗ୍ରୁପର ମୁଖ୍ୟ ପରିଚାଳକ ସୌମ୍ୟରଂଜନ, ସିୱାଇଏସଡି କର୍ମୀ ଗୋବିନ୍ଦ ବେହେରା ପ୍ରମୁଖ ଯୋଗଦେଇ ମିଲେଟ ଏବଂ କ୍ଷେତ୍ର ଦିବସ ଉପରେ ବକ୍ତବ୍ୟ ରଖିଥିଲେ l  କାର୍ଯ୍ୟକ୍ରମ ଆୟୋଜନରେ ସ୍ଥାନୀୟ ସିଆରପି କୃଷ୍ଣଚନ୍ଦ୍ର, ହୀରାଲାଲ, ଦମୟନ୍ତୀ, ପୂର୍ଣ୍ଣିମା ଓ ବିନତି ପ୍ରମୁଖ ସହଯୋଗ କରିଥିଲେ l

Leave A Reply