ଚଣ୍ଡିଖୋଲ,୪/୧ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆସୁଙ୍ଗୁଡ଼ା ଖେଳପଡିଆରେ ଚାଲିଥିବା ହିଜି ମେଜିଷ୍ଟୀ କପ କ୍ରିକେଟ୍ ଟୁର୍ଣାମେଣ୍ଟ ବୁଧବାର ଦିନ ଉଦଯାପିତ ହୋଇଯାଇଛି! ବାରବାଟି କ୍ରିକେଟ କ୍ଳବ ଓ ନୂଆସୁଙ୍ଗୁଡା କ୍ରିକେଟ କ୍ଳବ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା! ଏହି ମ୍ୟାଚରେ ନୂଆସୁଙ୍ଗୁଡାକୁ ହରାଇ ବାରବାଟି କ୍ରିକେଟ କ୍ଳବ ବିଜୟୀ ହୋଇଥିଲା! ବାରବାଟି କ୍ଳବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୧୧୮ରନ ସଂଗ୍ରହ କରିଥିଲେ! ଏହାର ଜବାବରେ ନୂଆସୁଙ୍ଗୁଡ଼ା ଦଳ ୧୦୭ ରନ୍ କରି ସମସ୍ତ ଉଇକେଟ ହରାଇଥିଲା!ବାରବାଟି ଦଳ ୧୧ ରନରେ ଏହି ମ୍ୟାଚକୁ ଜିତିବା ସହ ଚଳିତ ବର୍ଷର ଚାମ୍ପିୟାନ ହୋଇଥିଲା!
ମୁଖ୍ୟ ଅତିଥି ଭାବେ ବନମାଳୀ ସେନାପତି, ସମ୍ମାନିତ ଅତିଥି ଭାବେ ଯୁବନେତା ପ୍ରିତମକୁମାର ନାୟକ ଓ ମୁଖ୍ୟ ବକ୍ତାଭାବେ ଦୀପ୍ତିକାନ୍ତ ନାୟକ ଯୋଗ ଦେଇ ବିଜୟୀ ଓ ରନର୍ସ ଅଫ ଦଳକୁ ଟ୍ରଫି ପ୍ରଦାନ କରିଥିଲେ! ଦୀନବନ୍ଧୁ ନାୟକ ସଭା ପରିଚାଳନା କରିଥିଲା ବେଳେ ସରୋଜ ସାହୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଓ ମ୍ୟାନ ଅଫ ଦ ସିରିଜ୍ ଭାବେ ଘୋଷଣା କରାଯାଇଥିଲା! ଜିତେନ୍ଦ୍ର ନାୟକ ଓ ପ୍ରିୟବ୍ରତ ନାୟକ ଖେଳକୁ ପରିଚାଳନା କରିଥିଲେ ! ଅମରେନ୍ଦ୍ର ନାୟକ, ଶୁଭମ୍ ନାୟକ, ସ୍ଵାଧୀନ ନାୟକ, ଦୀପକ ମାହାଲା, ଗାଲୁ, ବିକ୍ରମ, ଆପୁ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ!