Odisha news

ଚଣ୍ଡିଖୋଲ : କୋଭିଡ ୧୯ ନିୟମ ଓ ସରପଞ୍ଚଙ୍କ ନିର୍ଦେଶକୁ ଅବମାନନା କରୁଛି ଜିଓ ଫାଷ୍ଟ ମିଲ

0

ଚଣ୍ଡିଖୋଲ :ଯାଜପୁର ଜିଲ୍ଲା ବନ୍ଦାଳୋ ପଂଚାୟତ ଅନ୍ତର୍ଗତ ହାଟକରନ୍ଦା  ଠାରେ ନିର୍ମାଣ ହୋଇଥିବା ଜିଓ ଫାଷ୍ଟ ଫ୍ଲୋର ମିଲ କୋଭିଡ ୧୯ ନିୟମ ଓ ସରପଂଚଙ୍କ ନିଦର୍ଦେଶକୁ ଅବମାନନା କରିଥିବା ଅଭୋିଯୋଗ ହୋଇଛି । ସଂପୃକ୍ତ ମିଲଟି ଅଟା ଉତ୍ପାଦନ କରୁଥିଲା ବେଳେ ଏଠାରେ ସ୍ଥାନୀୟ କିଛି ଶ୍ରମିକ ସହ ଅନ୍ୟ ଅଂଚଳର ଶ୍ରମିକ ଓ କର୍ମଚାରୀ କାମ କରିଥାନ୍ତି । କରୋନା ଆସିବା ପରେ ବାହାର ରାଜ୍ୟର କିଛି ଲୋକ ଏଠାରୁ ନିଜ ରାଜ୍ୟକୁ ଚାଲିଯିବା ପରେ ସ୍ଥାନିୟ ଲୋକଙ୍କ ସହାୟତାରେ କାର୍ଯ୍ୟ କରାଯାଉଥିଲା ।

କାହାକୁ ନଜଣାଇ ବାହାର ରାଜ୍ୟର ଲୋକମାନଙ୍କୁ ଦୀର୍ଘ ୩ ମାସ ପରେ ସଂପୃକ୍ତ ମିଲରେ କାର୍ଯ୍ୟ କରିବା ପାଇଁ ଡକାଇଥିଲେ । ସେଠାରେ କାର୍ଯ୍ୟ କରୁଥିବା କିଛି ଶ୍ରମିକ ଏହାକୁ ବିରୋଧ କରିବା ସହ କମ୍ପାନୀ ଫାଟକ ଆଗରେ ଧାରଣାରେ ବସି ରହିବା ସହ ସ୍ôାନୀୟ ସରପଂଚଙ୍କୁ ଅବଗତ କରିଥିଲେ । ଏହ ।ପରେ ସରପଂଚ ସ୍ଥାନୀ୍ୟୟ ଅଙ୍ଗନାବାଡି କର୍ମୀ ଓ ଆଶାକର୍ମୀକୁ କମ୍ପାନୀ ପରିସରରେ ଘଟଣା ସଂପର୍କରେ ବୁଝିବାକୁ ପଠାଇଥ୍ବା ସମୟରେ କମ୍ପାନୀ କତୃପକ୍ଷ ସେମାନଙ୍କୁ ଭିତରକୁ ଛାଡି ନ ଥିଲ । କିମ୍ବା କୌଣସି ତଥ୍ୟ ଦେବାକୁ ରୋକଠୋକ ମନା କରିôଥିଲେ ।

ସ୍ଥାନୀୟ ସରପଂଚ ଏ   ସଂପର୍କରେ ବଡଚଣା ବିଡିଓ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ ବଡଚଣା ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲା ପରେ ସେମାନେ ଘଟଣା ସ୍ଥଳରେ ପହଂଚି ଶ୍ରମିକ ମାନଙ୍କୁ ବୁଝାସୁଝା କରିିଥିଲେ । ଏ ମିଲ ଭିତରେ ୨ ଜଣ ପଶ୍ଚିମବଙ୍ଗ ଲୋକ ଆସି ରହି କାମ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ସହ ଯାଜପୁର ଜିଲ୍ଲାସ୍ଥିତ କଳିଙ୍ଗ ନଗର କୋଭିଡ ୧୯ ହସ୍ପିଟାଲକୁ ପଠାଯାଇଥିଲା । କମ୍ପାନୀ କତୟୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ନାପସନ୍ଦ କରିବା ସହ ଏଠାରେ କେତେଜଣ ଶ୍ରମିକ ଓ କର୍ମଚାରୀ କାର୍ଯ୍ୟ କରୁଛନ୍ତି ଏବଂ କଂଚାମାଲ ଧରି ବାହାର ରାଜ୍ୟରୁ ଆସୁଥିବା ଟ୍ରକଗୁଡିକ କର୍ମଚାରୀଙ୍କୁ ସାନିଟାଇଜ, ମ୍ୟାକ୍ସ ବ୍ୟବହାର ଓ କରୋନା ନିୟମ ସଠିକ ଭାବରେ ପାଳନ କରୁଛନ୍ତି କି ନାହିଁ ତାଗିଦ କରୁଥିଲେ ।

ସ୍ଥାନୀୟ ସରପଂଚଙ୍କୁ ଅସହଯୋଗ କରିବା, ତଥ୍ୟ ଲୁଚାଇବା ଭଳୀ ସଙ୍ଗୀନ କାର୍ଯ୍ୟ କରୁଥିବାରୁ ବି.ଡି.ଓ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ଦର୍ପଣ ତହସିଲଦାର ଓ ବଡଚଣା ଥାନା  ଅଧିକାରୀଙ୍କୁ ଏକ ଲିଖିତ ଅଭଧେଯାଗପତ୍ର ସରପଂଚ ପ୍ରଦାନ କରିଛନ୍ତି । ସଂପୃକ୍ତ ମିଲର ମାଲିକ ସ୍ଥାନୀୟ କିଛି ଲୋକଙ୍କ ଚାଷ ଜମିକୁ ବର୍ୟବସ୍ତୁ ଛାଡିବା,ଜଙ୍ଗଲ କିସମ ଜମିକୁ ନିଜ ଅକ୍ତିଆରେ ରଖିବା ଓ ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ନଜସ୍ୱ ଗାଡି ଗୁଡିକ ରଖି ରାସ୍ତା ଅବରୋଧ କଲାଭଳି ଅନେକ ସଂଗୀନ ଅଭି୍ୋଯାଗ ବହୁବାର ହୋଇଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ଦୃଷ୍ଟାନ୍ତ ମୂଳକ ପ୍ଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଅପରପକ୍ଷରେ ସରପଂଚଙ୍କ ଅଭିଯୋଗ ପାଇଲା ପରେ ଖୁବଶୀଘ୍ର ମିଲରେ ତାଲା ପଡିବ ବୋଲି ଦୃଢ ପ୍ରତିଶୃତି ବିଡିଓ ଅଜିତ ପ୍ରସାଦ ନାରାୟଣ ଗିରି ପ୍ରଦାନ କରିଅଛନ୍ତି ।  ଦେଖାଯାଉ ସରକାରୀ ନିୟମକୁ ଅବମାନନା କରୁଥିବା ଓ ଜିଲ୍ଲାପାଳ କ୍ଷମତା ପ୍ରାପ୍ତ  ସରପଂଚଙ୍କୁ ଅବମାନାନ କିଭଳି ଦଣ୍ଡ ପ୍ରଦାନ କରାଯାଉଛି ତାହା ସମୟ କହିବ?

Nalco

Leave A Reply