Odisha news

ମୟୂରଭଞ୍ଜରେ ବିକାଶ କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ରାଜ୍ୟର ତିନିମୁଖ୍ୟକଙ୍କ ସହ ଆଲୋଚନା କଲେ ସାଂସଦ ବିଶେଶ୍ୱର

0

ବାରିପଦା  : ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡୁ ତିନିଦିନ ଧରି ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଜୀ, ରାଜ୍ୟ ମୁଖ୍ୟଶାସନ ସଚିବ ଅସିତ୍ ତି୍ରପାଠୀ, ରାଜ୍ୟ ପୋଲିସ ମହାନିଦେ୍ର୍ଦଶକ ଅଭୟ, ଆଇନମନ୍ତ୍ରୀ ପ୍ରତାପ ଜେନା, କିଟ୍ ତଥା କିମସର ପ୍ରତିଷ୍ଠାତା ସାଂସଦ ଅଚୁ୍ୟତ୍ ସାମନ୍ତଙ୍କ ସମେତ ତଥା ରାଜ୍ୟ ସ୍ୱାସ୍ଥ୍ୟ ସଚିବ, ପଞ୍ଚାୟତ ରାଜ ଅତିରିକ୍ତ ସଚିବ, ନିର୍ମାଣ ବିଭାଗର ଅତିରିକ୍ତ ସଚିବ, ରାଜ୍ୟ ସହ ନିର୍ବାଚନ କମିଶନ, ଆଇଡିଡିସିଓ ଏବଂ ଏମଏସଏମଇର ସ୍ୱତନ୍ତ୍ର ସଚିବ ସହ ମୟୂରଭଞ୍ଜ ଜିଲ୍ଲାର ବିଭାଗ ସମସ୍ୟା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି ।

ଏହି ଅବସରରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଆଲୋଚନା ସମୟରେ ଜିଲ୍ଲାର ବିଭିନ୍ନ ସମସ୍ୟା ବିଶେଷ ଭାବରେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ତଥା ସେଠାରେ ବସବାସ କରୁଥିବା ଜନଜାତି ଲୋକଙ୍କ ଜୀବନ ଜୀବିକା, ପାନୀୟ ଜଳ ତଥା ରାସ୍ତାଘାଟ, ଜଙ୍ଗଲ ଜାତୀୟ ଦ୍ରବ୍ୟର ବ୍ୟବସାୟୀକ ଚାହିଦା ଏବଂ ଗୋପାଳନ ଉପରେ ଦୃଷ୍ଟି ଦେବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହା ଛଡା ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ରର ଦେବତ୍ତରର ଜମିର ସୁରକ୍ଷା ଏବଂ ସେବାୟତ ମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିବା ସହିତ ସମ୍ପ୍ରତି ଜିଲ୍ଲାର କରୋନା ଜନିତ ସମସ୍ୟାରେ ଜିଲ୍ଲାପ୍ରଶାସନର ସେବା କାର୍ଯ୍ୟ ଆଶା ଜନକ ହୋଇନଥିବା ସାଂସଦ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ଏସବୁ ଶୁଣି ରାଜ୍ୟପାଳ ଅତିଶୀଘ୍ର ଜିଲ୍ଲା ଗସ୍ତରେ ଆସିବେ ବୋଲି ପ୍ରତିଶୃତି ଦେଇଥିଲେ ।

ଏହାପରେ ରାଜ୍ୟ ମୁଖ୍ୟଶାସନ ସଚିବଙ୍କ ସହିତ ରାଜ୍ୟ ସଚିବାଳୟରେ ଆଲୋଚନା ସମୟରେ ଜିଲ୍ଲାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ କିଭଳି ଭାବରେ ମୃତ୍ ଅବସ୍ଥାରେ ପଡିରହିଛି, ସେ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ ମୁଖ୍ୟଶାସନ ସଚିବ ଜଳ ସମ୍ପଦ ବିଭାଗୀୟ ସଚିବଙ୍କୁ ଡାକି ତୁରନ୍ତ ସୁବିଧା ଏବଂ ଜିଲ୍ଲାରେ ଏକ ଜିଲ୍ଲା ସୈନିକ ବୋର୍ଡ ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହାପରେ ରାଜ୍ୟ ପୋଲିସ ମହାନିଦେ୍ର୍ଦଶକଙ୍କୁ କଟକ ସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଭେଟି ଜିଲ୍ଲାର ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଷୟରେ ଆଲୋଚନା କରିବା ସହିତ ଜିଲ୍ଲାରେ ଚାଲିଥିବା ବେଆଇନ୍ ଖଣିଜ, ବାଲି ଏବଂ ମୁରୁମ ଚୋରା ଚାଲାଣକୁ ରୋକିବା ସହିତ ବେଆଇନ୍ ଗୋଚାଲାଣକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ଉଚିତ୍ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ । ଏହାଛଡା ଜିଲ୍ଲାରେ ଥିବା ଆଉଟପୋଷ୍ଟ ଆପଗ୍ରେଡ୍ କରିବା ସହିତ କିଛି ଫାଣ୍ଡି କୁ ଥାନାରେ ପରିଣତ କରିବା ପାଇଁ ଦାବି ଉପସ୍ଥାପନ କରିଥିବା ସହ ରାଜ୍ୟର ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଜିଲ୍ଲାରେ ଥିବା ସମସ୍ତ ପୋଖରୀ ଏବଂ ବନ୍ଧ ଗୁଡିକର ପୁନରୁଦ୍ଧାର ନିର୍ମାଣ ସହିତ ପାନୀୟ ଜଳ ଯୋଗାଣର ତୁରନ୍ତ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ ।

ଏହାଛଡା କିଟସ ଏବଂ କିମସର ପ୍ରତିଷ୍ଠାତା ସାଂସଦ ଅଚୁ୍ୟତ୍ ସାମନ୍ତଙ୍କ ସହିତ ଆଲୋଚକରି ଜିଲ୍ଲାରେ ପ୍ରତିଷ୍ଠା ହୋଇଥିବା ଆଦିବାସୀ ସ୍କୁଲ ଓ କୋଭିଡ୍ ହସ୍ପିଟାଲ ସମ୍ପର୍କରେ ଆଲୋଚନା କରିଥିଲେ । ଏହାଛଡା ଏହି ତିନିଦିଆ ଗସ୍ତରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ, ପଞ୍ଚାୟତ ରାଜ ବିଭାଗର ଅତିରିକ୍ତ ସଚିବ, ନିର୍ମାଣ ବିଭାଗୀୟ ଅତିରିକ୍ତ ସଚିବ ଏବଂ ଇଡକୋ ତଥା ଏମଏସଏମଇ ବିଭାଗର ରାଜ୍ୟ ସ୍ୱତନ୍ତ୍ର ସଚିବଙ୍କୁ ଭେଟି ଜିଲ୍ଲାର ବିଭାଗୀୟ କାର୍ଯ୍ୟ ଗୁଡିକକୁ ତ୍ୱରାନିତ ଭାବେ କରାଇବାକୁ ଦାବି ଜଣାଇଛନ୍ତି । ସାଂସଦଙ୍କ ସହିତ ଏହି ତିନିଦିନ ଗସ୍ତ ସମୟରେ ରାଜ୍ୟର ପୂର୍ବତନମନ୍ତ୍ରୀ ତଥା ମୟୂରଭଞ୍ଜର ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ବିଜେପିର ବରିଷ୍ଠ ନେତା ଜୀବନ ସାହୁ ଏବଂ ଯୁବନେତା ହେମନ୍ତ ସାହା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply