* ମା ସର୍ବଦା ପୂଜ୍ୟା –
ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଅନୁସାରେ ମାତା -ପିତା ଈଶ୍ୱରଙ୍କ ରୂପ ଅଟନ୍ତି l ସେମାନଙ୍କ ସ୍ଥାନ ଖୁବ ଊର୍ଧ୍ୱରେ l ପ୍ରତ୍ୟେକ ବ୍ୟକ୍ତି ନିଜ ମାତାପିତା ଙ୍କ ସମ୍ମାନ କରିବା ଜରୁରୀ l ମାଙ୍କ ଚରଣ ରେ ସ୍ୱର୍ଗ ରହିଥାଏ l ଯେଭଳି ମା ନିସ୍ଵାର୍ଥ ଭାବ ରଖି ସ୍ନେହ କରନ୍ତି, ସେହିଭଳି ମାଙ୍କୁ ମଧ୍ୟ ନିସ୍ଵାର୍ଥ ଭାବ ରଖି ସମ୍ମାନ କରନ୍ତୁ l ଯାହାଦ୍ୱାରା ଆଶୀର୍ବାଦ ମିଳିବ ଓ ସମସ୍ତ ସଙ୍କଟ ଦୂର ହୋଇଯିବ l
* ଗୁରୁ ଙ୍କ ପତ୍ନୀ –
ଆଚାର୍ଯ୍ୟ ଙ୍କ ନୀତି ଶାସ୍ତ୍ରରେ ଗୁରୁ ତ ଈଶ୍ୱର ଙ୍କ ସମକକ୍ଷ, ଏଥି ସହିତ ଗୁରୁଙ୍କ ପତ୍ନୀ ମଧ୍ୟ ସେତିକି ପୂଜ୍ୟା l ସର୍ବଦା ଗୁରୁଙ୍କ ପତ୍ନୀଙ୍କ ଆଦର ସମ୍ମାନ କରିବା ଆବଶ୍ୟକ l ଯାହାଦ୍ୱାରା ଆପଣ ଜୀବନ ରେ ସଫଳତା ଲାଭ କରିବେ l
* ରାଜା ଙ୍କ ପତ୍ନୀ –
ରାଜା ଯେଭଳି ଦେଶ ବା ରାଜ୍ୟ ର ପୂଜ୍ୟ ଓ ପିତା ସମାନ ଅଟନ୍ତି, ସେହିଭଳି ରାଣୀ ମଧ୍ୟ ସମ୍ମାନ ପାଇବା ଯୋଗ୍ୟ ଅଟନ୍ତି l ଯେଉଁ ବ୍ୟକ୍ତି ନିଜ ଜୀବନ ରେ ରାଜ ପରିବାରର ସଦସ୍ୟଙ୍କର ସମ୍ମାନ ଓ ଆଦର କରିଥାଏ ତାର ସର୍ବଦା ଉନ୍ନତି ହୋଇଥାଏ l
* ମିତ୍ରର ପତ୍ନୀ –
ଚାଣକ୍ୟ ଙ୍କ ନୀତି ଶାସ୍ତ୍ରରେ ମିତ୍ର ହେଉଛି ସବୁଠୁ ବିଶ୍ୱାସୀ l ମିତ୍ର ର ପତ୍ନୀ କୁ ସର୍ବଦା ମା କିମ୍ବା ଭଉଣୀ ସ୍ଥାନରେ ରଖି ସମ୍ମାନ ଦେବା ଜରୁରୀ l ଏହାଦ୍ୱାରା ଆପଣ ସମ୍ମାନ ଓ ଆଶୀର୍ବାଦ ଲାଭ କରି ପାରିବେ l
* ଭଉଣୀ –
ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତିରେ ଭଉଣୀ ବଡ଼ ହୋଇଥାଉ କି ସାନ ତାର ସର୍ବଦା ଆଦର ଓ ସମ୍ମାନ କରିବା ଜରୁରୀ l କାହିଁକି ନା ଏହାଦ୍ୱାରା ଅନ୍ତର ମଧ୍ୟରୁ ଆପଣଙ୍କ ପ୍ରତି ସମ୍ମାନ ଓ ଆଶୀର୍ବାଦ ଜାଗ୍ରତ ହୋଇଥାଏ l
