Odisha news

ଚାଣକ୍ୟ ନୀତି : ପିତାମାତା ନିଜ ସନ୍ତାନ ମାନଙ୍କ ସମ୍ମୁଖରେ କଦାପି କରିବା ଉଚିତ ନୁହେଁ ଏହି ୪ ଟି କାମ

0

ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ଆମ ଜୀବନ କୁ ମାର୍ଗଦର୍ଶନ କରାଇଥାଏ l ଚାଣକ୍ୟ ନିଜ ଶାସ୍ତ୍ରରେ ଜୀବନ କୁ ସଖମୟ ଏବଂ ସଫଳ କରାଇବା ପାଇଁ ମାର୍ଗଦର୍ଶନ କରାଇଛନ୍ତି l ଚାଣକ୍ୟ ଙ୍କ ନୀତି ଅନୁସାରେ ମାତାପିତା ହେଉଛନ୍ତି ସନ୍ତାନ ମାନଙ୍କର ପ୍ରଥମ ଗୁରୁ ଯିଏ କି ନିଜ ସନ୍ତାନ ମାନଙ୍କୁ ମାର୍ଗଦର୍ଶନ କରାଇ ଥାଆନ୍ତି l ତେଣୁ ଏଭଳି କିଛି କାର୍ଯ୍ୟ ରହିଛି ଯାହାକୁ ମାତାପିତା ନିଜ ସନ୍ତାନ ମାନଙ୍କ ସମ୍ମୁଖରେ କରିବା ଆଦୌ ଉଚିତ ନୁହେଁ l

* ଚାଣକ୍ୟ ଙ୍କ ନୀତି ଅନୁସାରେ ପିତାମାତା ନିଜ ସନ୍ତାନ ମାନଙ୍କ ସମ୍ମୁଖରେ ଭାବି ଚିନ୍ତି କଥା କହିବା ଜରୁରୀ l ଯେଭଳି ଆପଣଙ୍କ କଥା ପିଲାର ମନ ଉପରେ କୌଣସି ପ୍ରଭାବ ନପକାଏ l

* ନିଜ ସନ୍ତାନ ମାନଙ୍କୁ ଅହଂକାର , କ୍ରୋଧ , ଦ୍ୱେଷ , ଅପମାନ , କଳି , ଝଗଡା ଭଳି ଭାବନା ସୃଷ୍ଟି କରିବା ଠାରୁ ଦୂରେଇ ରଖନ୍ତୁ l ଏହା ସେମାନଙ୍କ ମନକୁ ନଷ୍ଟ କରିଦେବ l ଏବଂ ସମାଜ ରେ ଖରାପ ରାସ୍ତାକୁ ଟାଣି ନେବ

* ପିତାମାତା ଙ୍କୁ ନିଜ ପିଲା ସମ୍ମୁଖରେ କଦାପି ମିଛ କହିବା ଉଚିତ ନୁହେଁ l ଏଭଳି କରୁଥିବା ବ୍ୟକ୍ତି ନିଜ ସନ୍ତାନ ମାନଙ୍କ ସମୁଖରେ ସମ୍ମାନ ହରାଇ ଥାଆନ୍ତି l ଯଦି ଆପଣଙ୍କ ପିଲା ମିଛ କହିବା ଶିଖିଯିବ ତେବେ ତାହା ଆପଣଙ୍କ ପାଇଁ ଖୁବ କଷ୍ଟସାଧ୍ୟ ହୋଇଯିବ l

* ମାତାପିତା କଦାପି କେହି କାହାକୁ ଅପମାନ କରିବା ଉଚିତ ନୁହେଁ l ଏହାଦ୍ୱାରା ପିଲା ମାନଙ୍କ ଲାଳନ ପାଳନ ଉପରେ ଖରାପ ପ୍ରଭାବ ପକାଇଥାଏ l

* ପିଲା ମାନଙ୍କୁ କଦାପି ଭୁଲ କଥାରେ କିମ୍ବା ଭୁଲ କାର୍ଯ୍ୟରେ ପ୍ରୋତ୍ସାହନ ଦିଅନ୍ତୁ ନାହିଁ l ଏହାଦ୍ୱାରା ପିଲାମାନ ଙ୍କ ଜୀବନ ବିପଥଗାମି ହୋଇ ଯାଇଥାଏ l ସେମାନେ ନିଜକୁ ଗଢି ତୋଳିବାରେ ଅସମର୍ଥ ହୋଇ ଥାଆନ୍ତି l

Leave A Reply