ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଜନ୍ମ ତାରିଖ ରେ ଜନ୍ମିତ ବ୍ୟକ୍ତି ପାଠ ପଢ଼ାରେ ହୋଇ ଥାଆନ୍ତି ଖୁବ ଆଗୁଆ ଏବଂ ପ୍ରତ୍ୟେକ କ୍ଷେତ୍ରରେ ମିଳିଥାଏ ସଫଳତା
ଅଙ୍କ ଜ୍ୟୋତିଷ ଅନୁସାରେ ମୂଲ୍ୟାଙ୍କ ଆଧାରରେ ବ୍ୟକ୍ତିର ସ୍ଵଭାଵ , ପର୍ଶନଲିଟି ଓ ଭବିଷ୍ୟତ ନିର୍ଦ୍ଧାରିତ ହୋଇଥାଏ l କୌଣସି ମାସର ୩, ୧୨, ୨୧, ଏବଂ ୩୦ ତାରିଖ ରେ ଜନ୍ମିତ ବ୍ୟକ୍ତି ଙ୍କ ମୂଲ୍ୟାଙ୍କ ୩ ହୋଇଥାଏ l ମୂଲ୍ୟାଙ୍କ ୩ ସ୍ୱାମୀ ଗ୍ରହ ବୃହସ୍ପତି ବା ଗୁରୁ ହୋଇ ଥାଆନ୍ତି l ଯିଏ କି ସୌଭାଗ୍ୟ , ବିବାହ , ବୁଦ୍ଧି ଓ ଧନର ଦାତା ହୋଇ ଥାଆନ୍ତି l
* ଅଙ୍କ ଶାସ୍ତ୍ର ଅନୁସାରେ ମୂଲ୍ୟାଙ୍କ ୩ ର ବ୍ୟକ୍ତି ପାଠ ପଢ଼ାରେ ଖୁବ ଭଲ ହୋଇ ଥାଆନ୍ତି l ସେମାନେ ସଫଳତାର ଶୀର୍ଷ କୁ ଛୁଇଁ ଥାଆନ୍ତି l ଯଦି ସେମାନେ କଠିନ ପରିଶ୍ରମ କରନ୍ତି , ତେବେ ଜୀବନ ରେ ସଫଳତାର ଶୀର୍ଷ କୁ ଛୁଇଁ ଥାଆନ୍ତି l
* ଏହି ଜନ୍ମ ତାରିଖ ରେ ଜନ୍ମିତ ବ୍ୟକ୍ତି ପିଲାଟି ଦିନରୁ ଖୁବ ସାହସୀ , ଶକ୍ତିଶାଳୀ , ସ୍ପଷ୍ଟ ବାଦି, କଠୋର ମନ ବଳର ହୋଇ ଥାଆନ୍ତି l ମୂଲ୍ୟାଙ୍କ ୩ ର ବ୍ୟକ୍ତି କୌଣସି ଆହ୍ୱାନ କୁ ଭୟ କରନ୍ତି ନାହିଁ l
* ଏହି ମୂଲ୍ୟାଙ୍କ ର ବ୍ୟକ୍ତି ଖୁବ ସ୍ୱାଭିମାନୀ ଅଟନ୍ତି l ସେମାନଙ୍କୁ କାହାରି ଦୟାର ଆବଶ୍ୟକତା ହୋଇ ନଥାଏ l ସ୍ୱାଧୀନ ଚେତନା ର ହେବା ସହ ନିଜ ମନର ମାଲିକ ଅଟନ୍ତି l
* ମୂଲ୍ୟାଙ୍କ ୩ ର ବ୍ୟକ୍ତି ର ଲୋକେ ଙ୍କ ଲଭ ଲାଇଫ ସେଭଳି ବିଶେଷ ହୋଇ ନଥାଏ l କିନ୍ତୁ ବୈବାହିକ ଜୀବନ ଖୁବ ସୁଖମୟ ହୋଇଥାଏ l ଏହି ଜନ୍ମ ତାରିଖ ର ବ୍ୟକ୍ତି ଗୋଟିଏ ରୁ ଅଧିକ ବିବାହ କରି ଥାଆନ୍ତି l