Odisha news

ଛତୁଆ, ଚାଉଳ ଓ ଅଣ୍ଡା ପ୍ରଦାନ ଅନିୟମିତତା ରେ ଖବର ପ୍ରକାଶ ପରେ ସି ଡ଼ି ପି ଓ ଙ୍କ ତଦନ୍ତ ଆରମ୍ଭ।

0
ବୋରିଗୁମ୍ମା ( K.sakil Dora) : ସାରା ଦେଶରେ ଲକ ଡାଉନ ଚାଲୁଥିବା ବେଳେ ମହିଳା ଓ ଶିଶୁ ମାନଙ୍କ ପାଇଁ ସରକାର ହିତାଧିକାରୀଙ୍କ ଘର କୁ ଯାଇ ପୃଷ୍ଟିକର ଖାଦ୍ୟ ଦେବାକୁ ଘୋଷଣା କରିଛନ୍ତି। କିନ୍ତୁ ବୋରିଗୁମ୍ମା ବ୍ଲକ ସସାହାଣ୍ଡି ଗ୍ରାମର ଅଙ୍ଗନବାଡି କେନ୍ଦ୍ର..୧ ରେ ଛତୁଆ, ଚାଉଳ ଓ ଅଣ୍ଡା ପ୍ରଦାନ ରେ ଘୋର ଅନିୟମିତତା ହେବାର ଅଭିଯୋଗ ହୋଇଥିଲା। ଏନେଇ ଗତ ରବିବାର ଦିନ ଖବର ପ୍ରକାଶିତ ହୋଇଥିଲା।
ଖବର ପ୍ରକାଶିତ ପରେ ବୋରିଗୁମ୍ମା ସମ୍ମନ୍ବିତ  ମହିଳା ଓ ଶିଶୁ ବିକାଶ ବିଭାଗ ତତ୍ପର ହୋଇଛି। ଆଜି ନିଜେ ବୋରିଗୁମ୍ମା ସି ଡ଼ି ପି ଓ ଶ୍ରୀମତୀ ପ୍ରତିମା ରାଉଳ ଓ ସୁପରଭାଇଜର ସସାହାଣ୍ଡି ଅଙ୍ଗନବାଡି କେନ୍ଦ୍ର .୧ କୁ ଯାଇ ତଦନ୍ତ କରିଛନ୍ତି।ସସାହାଣ୍ଡି ଗ୍ରାମର ହରିଜନ ସାହିରେ ଥିବା ଅଙ୍ଗନବାଡି କେନ୍ଦ୍ର ରେ ପହଞ୍ଚି ସେଠିକାର ମହିଳା ମାନଙ୍କୁ ପ୍ରତି ମାସରେ ଛତୁଆ, ଚାଉଳ ,ଅଣ୍ଡା ଓ ଅନ୍ୟାନ୍ୟ ପୃଷ୍ଟିକର ଖାଦ୍ୟ ଠିକ ରୂପେ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ। ସେହି ଅଙ୍ଗନବାଡି କେନ୍ଦ୍ର ଅଧିନ ରେ ହିତାଧିକାରୀ ମାନେ ଅଙ୍ଗନବାଡି ଦିଦି ମିନତୀ ନାୟକ ଠିକ ଭାବେ ଚାଉଳ, ଛତୁଆ ,ଅଣ୍ଡା ଓ ଅନ୍ୟାନ୍ୟ ପୃଷ୍ଟିକର ଖାଦ୍ୟ ଠିକ ରୂପେ ପାଉ ନ ଥିବା ସି ଡ଼ି ପି ଓ ଙ୍କ ସାମନାରେ ଅଭିଯୋଗ କରିଥିଲେ।
ତେବେ  ହିତାଧିକାରୀ ମାନେ ପାଇ ନ ଥିବା ଗତ ତିନି ମାସ ର ଛତୁଆ, ଚାଉଳ , ଅଣ୍ଡା ଓ ଅନ୍ୟାନ୍ୟ ପୃଷ୍ଟିକର ଖାଦ୍ୟ ସମସ୍ତ ହିତାଧିକାରୀ ଙ୍କୁ ପ୍ରଦାନ କରାଯିବ। ଏଥିସହ ଆଗାମୀ ତିନି ମାସ  ପର୍ଯ୍ୟନ୍ତ  ସୁପରଭାଇଜର ନିଜେ ଯାଇ ହିତାଧିକାରୀ ଙ୍କୁ ଚାଉଳ, ଛତୁଆ, ଅଣ୍ଡା ଓ ଅନ୍ୟାନ୍ୟ ପୃଷ୍ଠାକର ଖାଦ୍ୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ମହିଳା ମାନେ ସି ଡ଼ି ପି ଓ ଶ୍ରୀମତୀ ରାଉଳ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ। ଏଣିକି ସସାହାଣ୍ଡି ଅଙ୍ଗନବାଡି କେନ୍ଦ୍ର ..୧, ରେ କୌଣସି ପ୍ରକାର ସମସ୍ୟ ଉପୁଜିବ ନାହିଁ ବୋଲି କହିଥିଲେ।ପ୍ରକାଶ ଥାଉକି ଗତ ଶନିବାର ଦିନ ସସାହାଣ୍ଡି ଅଙ୍ଗନବାଡି କେନ୍ଦ୍ର ..୧ ରେ ଚାଉଳ, ଛତୁଆ , ଅଣ୍ଡା ଓ ଅନ୍ୟାନ୍ୟ ପୃଷ୍ଟିକର ଖାଦ୍ୟ ପ୍ରଦାନ ରେ ଅନିୟମିତତା ଯୋଗୁଁ ଲୋକେ ଅଙ୍ଗନବାଡି କେନ୍ଦ୍ର କୁ ଘେରାଉ କରିଥିଲେ।

Leave A Reply