Odisha news

ରିଲିଫ ନପାଇ ନିରାଶ ହୋଇ ଫେରିଥିବା ହିତାଧିକାରୀଙ୍କୁ ରିଲିଫ ସାମଗ୍ରୀ ବଣ୍ଟନକଲା ଶେଷଆଶା ଫାଉଣ୍ଡେସନ

0
କଟକ:(ରାଜେଶ କୁମାର ଲେଙ୍କା) କଟକ ର ୫୩ନଂ ଓ୍ଵାର୍ଡ଼ରେ ରିଲିଫ ସାମଗ୍ରୀ ବଣ୍ଟନରେ ଗହଳି ଯୋଗୁଁ ଅନେକ ହିତାଧିକାରୀ ରିଲିଫ ନପାଇ ଫେରିଥିଲେ ।ଏହାକୁ ସାମାଜିକ ଗଣମାଧ୍ୟମରେ ଜାଣିପାରି ନିରାଶ ହୋଇ ଫେରିଥିବା ୫୩ନଂ ଓ୍ଵାର୍ଡ଼ କେନାଲ କୂଳର ହିତାଧିକାରୀଙ୍କୁ ଆଜି ସାମାଜିକ ସଂଗଠନ ଶେଷଆଶା ଫାଉଣ୍ଡେସନ ର କର୍ମୀ ମାନେ ଶୁଖିଲାଖାଦ୍ୟ  ଵଣ୍ଟନ କରିଛନ୍ତି।ଲକ୍ ଡାଉନ୍ ଯେଉଁ ପର୍ଯ୍ୟନ୍ତ ହେବ ସେ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଫାଉଣ୍ଡେସନର କର୍ମୀ ମାନେ କହିଛନ୍ତି।
ଫାଉଣ୍ଡେସନର କର୍ମୀ ମାନଙ୍କ ମଧ୍ୟରୁ ସୁବାସିଷ ମହାପାତ୍ର,ପ୍ରଜ୍ଞା ଜ୍ୟୋତି ଦାସ,ସସ୍ମିତା ବାରିକ୍,ଗୌତମ ପତି,ସୁବାସ ପାଣି ଲୋକ ମାନଙ୍କୁ କୋରୋନା ସମ୍ପର୍କରେ କେମିତି  ସମସ୍ତେ ସୁସ୍ଥ ରହିବା ଓ କୋରୋନା  କୁ ହରେଇବା ସେ ବିଷୟରେ ଆଲୋଚନା କରିଥିଲେ।ଏମିତି ପ୍ରୟାସ ଜାରି ରହିବ ଓ ସାହାଯ୍ୟ ସହଯୋଗ ର ହାତ ସବୁବେଳେ ଗରିବ ଲୋକ ମାନଙ୍କ ପାଇଁ ରହିବ ବୋଲି ପ୍ରଜ୍ଞା ଜ୍ୟୋତି ଦାସ ଓ ସସ୍ମିତା ବାରିକ କହିଛନ୍ତି।
Govt
Leave A Reply