ବୁଗୁଡ଼ା : ତା ୧୧/୧୧/୨୩ : ବୁଗୁଡ଼ା ବ୍ଲକ ମାଣିତରା ପଞ୍ଚାୟତ ଅନ୍ତର୍ଗତ ଭୋଗଡା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଗାଈ ଗୁହାଳ ଜଳି ପୋଡି ପାଉଁଶ ହୋଇ ଯାଇଥିବା ବେଳେ ଗୁହାଳରେ ଥିବା ଗାଈଗୋରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ଆଜି ସନ୍ଧ୍ୟା ୫ଟା ସମୟରେ ଭୋଗଡା ଗ୍ରାମର ନାଗୁଲ ବେହେରାଙ୍କ ଗୁହାଳରେ ନିଆଁ ଲାଗିଯାଇଥିଲା l ଲୋକଙ୍କ ସହାୟତାରେ ନାଗୁଲ ଗୁହାଳ ଭିତରେ ବନ୍ଧା ଯାଇଥିବା ଗାଈଗୋରୁଙ୍କୁ ତୁରନ୍ତ ଫିଟାଇ ଦେବା ସହ ବୁଗୁଡ଼ା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ l ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ନିକଟରେ ଥିବା ପାଳ ଗଦାରୁ ନିଆଁ ବାହାରି ଗୁହାଳ ଜଳି ଯାଇଥିବା ଜଣା ପଡିଛି l