ବ୍ରହ୍ମପୁର : ସହର ର ରାସ୍ତାଘାଟ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି।ବହୁ ବାର ଅଭିଯୋଗ ପରେ ମଧ୍ୟ ମହାନଗର ନିଗମ କୌଣସି କର୍ଣ୍ଣ ପାତ କରୁନାହାନ୍ତି । ବ୍ରହ୍ମପୁର ମହାନଗରରେ ସବୁ ରାସ୍ତାରେ ବଡ଼ ବଡ଼ ଖାଲ ଢିପ ହୋଇ ରହିଛି। ଏନେଇ ମହାନଗର ନିଗମ କର୍ତ୍ତୃପକ୍ଷ ଓ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପରେ ବି ରାସ୍ତାର ଅବସ୍ଥା ସୁଧୁରନି। ରାସ୍ତାରେ ବଡ଼ ବଡ଼ ଗର୍ଭ ସୃଷ୍ଟି ହୋଇଥ୍ ବାରୁ ବାଇକରେ ଯାତାୟତ ବେଳେ ଟିକେ ଅନ୍ୟମନସ୍କ ହେଲେ ସାଧାରଣ ଲୋକ ଙ୍କ ଦୁର୍ଘଟଣା ଘ ଟୁଛି । ସାମାନ୍ୟ ମରାମତି କରିବାକୁ ମନସ୍ଥ ହେଉନାହାନ୍ତି ମହାନଗର ନିଗମ କର୍ତ୍ତୃପକ୍ଷ। ଶେଷରେ ବ୍ରହ୍ମପୁର ମହାନଗର ପୁରୁଣା ବସଷ୍ଟାଣ୍ଡର ମଝିରେ ଥିବା ଖାଲ ପାଖରେ ପ୍ରତୀକାମୁକ ଧାରଣାଦେଇଥିଲେ ଆଇନଜୀବୀ ମନୋଜ ପଟ୍ଟନାୟକଙ୍କ ସମେତ ବହୁ ଆଇନଜୀବୀ ଓ ପୂର୍ବତନ କର୍ପୋରେଟର ରାସ୍ତାକୁ ମରାମତି କରିବାକୁ କର୍ତ୍ତୃପକ୍ଷ ଅମଙ୍ଗ ହେଉଥ୍ ବା ବେଳେ ରାସ୍ତା ଉପରେ ରାସ୍ତା ପକାଇ ପିସି କାରବାରରେ ଲିପ୍ତିରହୁଥି ବା ସେ ଅଭିଯୋଗ କରିଛନ୍ତି । ଯଦି ଆଗାମୀ ଦିନରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଯଦି ନିଆ ନ ଯାଏ ତେବେ ପୁଣି ଥରେ ଏଭଳି ଆନ୍ଦୋଳନରେ ବସିବେ ବୋଲି କହିଛନ୍ତି ଧାରଣାରତ ବୁଦ୍ଧିଜୀବୀ ।
