– ତମ୍ବା ପାତ୍ର ରେ ପାଣି ରଖି ସେବନ କରିବା ଦ୍ୱାରା ଶରୀର ଡିଟକ୍ସ ହୋଇଥାଏ, ଶରୀର ଜୀବାଣୁ ରହିତ ହୋଇଥାଏ , ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଓ ଅନ୍ତ କୋଷ ଠିକ ରହିଥାଏ l ତେଣୁ ଭାରତୀୟ ଆୟୁର୍ବେଦ ଅନୁସାରେ ରାତିରେ ତମ୍ବା ପାତ୍ର ରେ ପାଣି ରଖି ନିଅନ୍ତୁ ଓ ସକାଳୁ ସେହି ପାଣିକୁ ଖାଲି ପେଟରେ ସେବନ କରନ୍ତୁ l
– ପୂର୍ବେ ଯେତେବେଳେ ମହିଳା ମାନେ ଗର୍ଭବତୀ ହେଉଥିଲେ ସେମାନଙ୍କୁ ଚିକିତ୍ସକ ମାନେ ତମ୍ବା ପାତ୍ର ରେ ପାଣି ରଖି ସେବନ କରିବା ପାଇଁ ପରାମର୍ଶ ଦେଇ ଥାଆନ୍ତି l ଯାହାକି ତାଙ୍କୁ ରକ୍ତ ହୀନତା ଠାରୁ ଦୁରେଇ ରଖୁଥିଲା l ଏହାଛଡା ତମ୍ବା ପାତ୍ର ରେ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରି ଖାଉଥିଲେ l
– ତମ୍ବା ପାତ୍ରରେ ପାଣି ରଖି ସେବନ କରିବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରିତ ହୋଇଥାଏ ଓ ହାର୍ଟ ମଧ୍ୟ ସୁସ୍ତ ରହିଥାଏ l ସବୁଠୁ ଗୁରୁତ୍ୱପୂର୍ଣ ହେଲା ତମ୍ବା ପତ୍ରର ପାଣି ଶରୀର ରକ୍ତ କୁ ପତଳା କରିଥାଏ l ଯାହାଦ୍ୱାରା ହାର୍ଟ ଉପରେ କୌଣସି ପ୍ରଭାବ ପଡି ନଥାଏ l
– ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣ ଠାରୁ ରକ୍ଷା କରିଥାଏ ତମ୍ବା ପାତ୍ରର ପାଣି l ଏହାଛଡା ଆମର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ହୋଇଥାଏ l କୁହାଯାଏ ଯେ ତମ୍ବା ପାତ୍ରରେ ରାତିରେ ପାଣି ରଖି ଏହାକୁ ସକାଳେ ସେବନ କରିବା ଦ୍ୱାରା ତ୍ୱଚା ରେ ଚମକ ଆସିଥାଏ ଓ ତ୍ୱଚା ରେ କୁଞ୍ଚନ ମଧ୍ୟ ଆସେନାହିଁ l ତ୍ୱଚା କୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ ତମ୍ବା ପାତ୍ର ର ପାଣି l
– ତମ୍ବା ରେ ଆଣ୍ଟି ଇମ୍ଫ୍ଲାମେଟ୍ରି ଗୁଣ ରହିଥାଏ l ତେଣୁ ଏହି ଧାତୁରେ ନିର୍ମିତ ଜିନିଷ ବ୍ୟବହାର କରିବା ସ୍ୱାସ୍ଥ୍ୟ ପକ୍ଷରେ ହିତକର ଅଟେ l ଯାହାକି ଆମକୁ ଯନ୍ତ୍ରଣା ଠାରୁ ଦୁରେଇ ରଖିଥାଏ ଓ ଶରୀର କୁ ଆକ୍ଟିଭ ରଖିଥାଏ l ତମ୍ବା ପାତ୍ରର ପାଣି ବିଶେଷ ଭାବରେ ବାତ, ପିତ ଓ କଫ ଏହି ୩ଟି ସମସ୍ୟା ଠାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ l
