ଯଦି ସିଟିଙ୍ଗ ଜବ କରୁଛନ୍ତି ଓ ମେଦ ବହୁଳତା ର ଶିକାର ହେଉଛନ୍ତି ତେବେ ଏହିସବୁ ଉପାୟକୁ ଅନୁସରଣ କରନ୍ତୁ ତୁରନ୍ତ ମିଳିବ ଲାଭ
ସିଟିଙ୍ଗ ଜବ କରୁଥିବା ଲୋକ ମାନଙ୍କର ସାଧାରଣ ଭାବରେ ଆମେ ଦେଖିବାକୁ ପାଇଛୁ ଯେ ଡାଇଜେସନ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖାଯାଇ ଥାଏ l କାହିଁକି ନା ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ଦୈନନ୍ଦିନ ଜୀବନ ରେ ଫିଜିକାଲ ଆକ୍ଟିଭିଟି କମି କାରଣରୁ ଦ୍ଵିଜେସନ ସମସ୍ୟା ଦେଖାଯାଇ ଥାଏ l ତେଣୁ ବଦହଜମି, ପେଟ ଯନ୍ତ୍ରଣା, ଗ୍ୟାସ, ମୋଟାପା, ପେଟ ଫୁଲିବା ଭଳି ସମସ୍ୟା ଦେଖା ଯାଇଥାଏ l ଆଜି ଆମେ ଆପଣଙ୍କ ପାଇଁ ଏଭଳି କିଛି ସହଜ ଟିପ୍ସ ନେଇ ଅଶିଚୁ ଯାହାଦ୍ୱାରା ଆପଣଙ୍କ ପେଟର ଚର୍ବି ହ୍ରାସ ହେବା ସହିତ ପେଟ ସମ୍ବନ୍ଧୀୟ ସମସ୍ୟା ଠିକ ହୋଇଥାଏ l
– ସିଟିଙ୍ଗ ଜବ କରୁଥିବା ବ୍ୟକ୍ତି ମାନଙ୍କୁ ଧ୍ୟାନ ରଖିବା ଆବଶ୍ୟକ କି ସେମାନଙ୍କ ଶରୀର କିଭଳି ଅଧିକ ଆକ୍ଟିଭ ରହିବ l ଯାହାଦ୍ୱାରା ତାଙ୍କ ଶରୀରରେ ବାୟୋଲଜିକାଲ କ୍ଳକ ଓ ମେଟାବୋଲିଯିମ ଠିକ ଭାବରେ କାର୍ଯ୍ୟ କରିବ l କାହିଁକି ନା ଯଦି ଏଭଳି ହେବନାହିଁ ତେବେ ପଚଣ୍ତନ୍ତ୍ର ଧୀରେ କାର୍ଯ୍ୟ କରିବ l
– ଏଭଳି ସ୍ଥିତିରେ ପେଟରେ ଗ୍ୟାସ ସମସ୍ୟା, ଖଟା ଡକାର ଆସିବା, ପେଟ ଫୁଲିବା, ଓ ଶେଷ ରେ ଗ୍ୟାସ ସମସ୍ୟା ସ୍ଥାୟୀ ଭାବରେ ରହିଯିବ l ତେଣୁ ନିୟମୀତ ଭାବରେ ଅଫିସ ରେ ବସିଥିବା ବେଳେ ଖାଇ ସାରି ଏହି କିଛିଟା କାର୍ଯ୍ୟ କୁ କରିବା ଦ୍ୱାରା ଆରାମ ପାଇବେ l
– ନିୟମିତ ଅଫିସ ରେ ଲଞ୍ଚ ପରେ ଭଜା ଯାଇଥିବା ପାନମଧୁରୀ ସେବନ କରନ୍ତୁ l ଏହାଦ୍ୱାରା ଦ୍ଵିଜେସନ ହୋଇଥାଏ ଖାଦ୍ୟ ଓ ଆରାମ ଲାଗିଥାଏ l
– ଖାଇ ସାରିବାର ତୁରନ୍ତ ପରେ ଆପଣ ନିଜ କାମରେ ଲାଗି ପଡନ୍ତୁ ନାହିଁ, କିଛି ସମୟ ଅତି ବେଶୀରେ ୧୦ ମିନିଟ ପର୍ଯ୍ୟନ୍ତ ଆରାମ କରନ୍ତୁ l
– ଖାଇ ସାରିବାର ୧୫ ମିନିଟ ପରେ ସାମାନ୍ୟ ହାଲୁକା ପାଦରେ ଚାଲନ୍ତୁ l ଏହାଦ୍ୱାରା ଆପଣଙ୍କ ଡାଇଜେସନ ବୁଷ୍ଟ ହେବ ଓ ଗ୍ୟାସ ପ୍ରୋବ୍ଲେମ ଦୁରେଇ ଯିବ l
– ଖାଇ ସାରିବାର ୧ଘଣ୍ଟା ପରେ ଗ୍ରୀନ ଟି ଗୋଟିଏ ବଡ଼ କପ ସେବନ କରନ୍ତୁ l ଏହାଦ୍ୱାରା ଖାଦ୍ୟ ହଜମ ହେବାରେ ସାହାଯ୍ୟ ମିଳିବ l
– ଯଦି କୌଣସି କାର୍ଯ୍ୟ ଆପଣ କରିବା ସମ୍ଭବ ହେଉନାହିଁ, ତେବେ ଖାଇ ସାରିବାର ୩୦ ମିନିଟ ପରେ ଗୋଟିଏ ଗ୍ଲାସ ଲେମ୍ବୁ ପାଣି ସେବନ କରନ୍ତୁ l ଏହା ଆପଣଙ୍କୁ ସୁସ୍ଥ ରଖିବ ଓ ଚର୍ବି ହ୍ରାସ ହେବ l
– ନିୟମିତ ଭିଜନ କରି ସାରିବା ପରେ ଖଣ୍ଡିଏ ଅଧ ଇଞ୍ଚ ଅଦାରେ କଳା ଲୁଣ ଛିଞ୍ଚି ସେବନ କରନ୍ତୁ ଏହା ବାୟୁ ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ ଓ ଓଜନ ହ୍ରାସ ହେବ l