ବାଲିପାଟଣା ୧୦/୦୪ : ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଭଅଁରାଗଡ ରାସ୍ତାରୁ ୨ ମହିଳା ଫାଇନାନ୍ସ କର୍ମଚାରୀଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ୭୦ ହଜାର ଟଙ୍କା ଲୁଟି ନେଲେ ୩ ଦୁବୃତ୍ତ ।ଖବର ପାଇ ବାଲିପାଟଣା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଆଜି ସଂଧ୍ୟା ପ୍ରାୟ ୬.୩୦ ରେ ସୂର୍ଯ୍ୟଦୋୟ ଫାଇନାନ୍ସର ୨ ମହିଳା କର୍ମଚାରୀ ଋଣ ଟଙ୍କା ସଂଗ୍ରହ କରି ସ୍କୁଟର ଯୋଗେ ବନମାଳିପୁର ଆସୁଥିଲେ । ଭଅଁରାଗଡ଼ ରାସ୍ତାରେ ୩ ଜଣ ଦୁବୃତ୍ତ ଏକ ବାଇକ୍ ରେ ଆସି ୨ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଧମକାଇଥିଲେ । ଏହା ସହ ତାଙ୍କ ନିକଟରେ ଥିବା ୭୦ ହଜାର ଟଙ୍କା ଛଡ଼ାଇ ନେଇ କରି ଫେରାର ହୋଇଯାଇଥିଲେ । ଘଟଣାକୁ ସଂପୃକ୍ତ ଫାଇନାନ୍ସ କମ୍ପାନୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । କିଛି ମାସ ବ୍ୟବଧାନ ପରେ ବାଲିପାଟଣା ଥାନା ଅଂଚଳରେ ପୁନର୍ବାର ଦୁବୃତ୍ତମାନେ ଲୁଟ୍ ପାଟ୍ ଆରମ୍ଭ କଲେଣି । ପ୍ରକାଶ ଥ।ଉକି ଗତବର୍ଷ ନଭେମ୍ବର ମାସ ୨୫ ତାରିଖ ଦିନ ଶ୍ରୀରାମପୁର ଓ ଦେଉଳଧରପୁର କେନାଲ ବନ୍ଧ ରାସ୍ତାରେ ସେହି ଫାଇନ।ନ୍ସ କର୍ମଚାରୀ ଦୁଇଜଣ ପୁରୀ ଜିଲ୍ଲାର ନିଲୁ ମାଛୁଆ ଓ ଜଗତସିଂପୁର ଜିଲ୍ଲାର ଚନ୍ଦନ କୁମାର ଜେନାଙ୍କ ଠାରୁ ଖଣ୍ଡା ଦେଖାଇ ୯୩ ହଜାର ଟଙ୍କା ଲୁଟି ନେଇଥିଲେ। ଲୁଟେରା ମାନେ ଏକ ସୁରାଗ ଛାଡି ଦେଇଥିଲେ, ତାଙ୍କର ୟାମା ଏଫ୍ ଜେଡ, ଏସ ଓଡ଼ି -୦ ୯ଆର -୯୨୯୦, ଛାଡି ଥିଲେ ମଧ୍ୟ,ପୋଲିସ ଲୁଟେରା ଙ୍କୁ ଧରିବାରେ ବିଫଳ ହୋଇଥିଲେ। କିନ୍ତୁ ସେହି ଦିନଠାରୁ ଲୁଟ୍ ପାଟ ବନ୍ଦ ହୋଇଯାଇଥିଲା। ଦୀର୍ଘ ୬ ମାସ ପରେ ପୁଣି ସେହି ଭଳି ଲୁଟ୍, ଫାଇନ।ନ୍ସ କମ୍ପାନୀର କର୍ମଚାରୀ ମାନଙ୍କ ସଚ୍ଚୋଟତା ପ୍ରତି ସଂଧେହ ପ୍ରକାଶ ପାଇଛି।