ବୋଲଗଡ :‘ମୋ ସରକାର’ ‘୫-ଟି’ ଆଧାରରେ ବୋଲଗଡ ତହସିଲ ପକ୍ଷରୁ ବୁଧବାର ଖୋର୍ଦ୍ଦା ଉପଜିଲ୍ଲାପାଳ ୧୦ଜଣଙ୍କୁ ପଟ୍ଟା ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ରାଜ୍ୟରେ ୫ଟି ଯୋଜନାରେ ରାଜସ୍ୱ ବିଭାଗ ପକ୍ଷରୁ ବୋଲଗଡ ତହସିଲଦାରଙ୍କ ପତ୍ରାଙ୍କ ନଂ ୧୯୫୦୭/୧୬.୦୬.୨୦୨୦ ମୁତାବକ ରେଜେଷ୍ଟ୍ରି କରାଯାଇଥିବା ବିକ୍ରୟ କବଲା ଦ୍ୱରା ୭ଦିନ ମଧ୍ୟରେ ପଟ୍ଟା ପ୍ରଦାନ କରାଯିବାକୁ ନିଦେ୍ର୍ଦଶ କରାଯାଇଥିଲା ।
ଏହିପରୀପ୍ରେକ୍ଷୀରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ, ବୋଲଗଡ ତହସିଲଦାର ମୋନାଲିସା ପଣ୍ଡା ମିଳିତ କାର୍ଯ୍ୟକ୍ରମରେ ଲାଠିପଡା ସାମିଲ ଭୁତୁଡି ଗ୍ରାମର ଭାରତି ନାୟକ,ସାଗରଗୁଆଁର ରବୀନ୍ଦ୍ର ପ୍ରଧାନ,ତଳକଡବର ମନୋଜ କୁମାର ପାଲଟାସିଂହ,କପାସିଆର ମନୋଜ କୁମାର ଭଟ୍ଟ,ମଣ୍ଡଳସିଂହର ରାମଚନ୍ଦ୍ର ସାହୁ,ନୟାଗଡ ଜିଲ୍ଲା ଡିମିସର ଗ୍ରାମର ଶାନ୍ତନୁ କୁମାର ବିଶ୍ୱାଳ,ପଦ୍ମପୁର ବୋଲଗଡର ମନୋରମା ସାହୁ,ନୟାପାଟଣା ଗ୍ରାମର ଅନୀତା ପ୍ରିୟଦର୍ଶିନୀ ଓ ରତନପୁରସାହିର ପୂଜାରାଣୀ ସାହୁ ଏହିପରି ୧୦ଜଣ ରଏତଙ୍କୁ ପଟ୍ଟା ପ୍ରଦାନ କରିଛନ୍ତି ।
ଏହିପରି ଭାବରେ ଚଳିତ ମାସ ୧୬ ତାରିଖରୁ ଯେଉଁମାନେ ବିକ୍ରୟ ଦଲିଲ ରେଜେଷ୍ଟୀ୍ରି କରଣ କରିଛନ୍ତି ସ୍ଥିତିବାନ ରେକର୍ଡ ରଏତଭାବେ ସେମାନଙ୍କୁ ତୁରନ୍ତ ୭ଦିନ ମଧ୍ୟରେ ପଟ୍ଟା ଯୋଗାଇ ଦିଆଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି । ଅପରପକ୍ଷେ ଯେଉଁ ସ୍ଥିତିବାନ ରଏତମାନେ ପଟ୍ଟା ଗ୍ରହଣକଲେ ସେମାନେ ବେଶ୍ ଖୁସିଥିବାର ଦେଖିବାକୁ ମିଳିଥିଲା ।