Odisha news

ଜଗତସିଂହପୁର : ଗଜା ହେଉନି ସରକାରୀ ବିହନ,ଚିନ୍ତାରେ ଚାଷୀ

0

ଜଗତସିଂହପୁର :ବର୍ଷା ଆରମ୍ଭ ହେବା ପରେ ଆରମ୍ଭ ହୋଇଛି ଚାଷ କାମ ।ଚାଷୀ ତଳି ପକାଇବା ପାଇଁ ପ୍ରସ୍ତୁତ କରିଛି ଚାଷ ଜମି ।ସରକାରଙ୍କ ନିଦେ୍ର୍ଦଶ ଅନୁସାରେ ସରକାରୀ ଉନ୍ନତ ମାନର ବିହନ କିଣିବାକୁ ଚାଷୀମାନଙ୍କୁ କୁହାଯାଇଛି । ସରକାରୀ ସିକୃତି ପ୍ରାପ୍ତ ଡିଲର ଓ ସମବାୟ ସମିତିରୁ ଚାଷୀ ବିହନ ନେବା ପାଇଁ ସବୁ ସମବାୟ ସମିତି ଓ ଘରୋଇ ଡିଲରମାନଙ୍କୁ ଯୋଗାଇ ଦିଆଯାଇଛି ବ୍ୟାପକ ପରିମାଣର ବିହନ ।ଶାରଳା,ଆରଜେଏଲ,ପୁଜା ଆଦି ବିଭିନ୍ନ କିସମର ଉନ୍ନତ ମାନର ବିହନ ଓଡିଶା ରାଜ୍ୟ ବିହନ ନିଗମ ଲିମିଟେଡ ଦ୍ୱାରା ପ୍ରସ୍ତୁତ କରାଯାଇ ଏହାକୁ ସଂପୃକ୍ତ ଡିଲର ଓ ସମବାୟ ସମିତିରେ ଗଚ୍ଛିତ ରଖାଯାଇଛି ।

ଏହି ଠାରୁ ଚାଷୀ ବିହନ କିଣି ତଳି ପକାଇବା ପାଇଁ ପ୍ରସ୍ତୁତ ହୋଇଛି ।ମାତ୍ର ବିଲ ଚାଷ କରି ଧାନ ଗଜା କରିବା ବେଳକୁ ଦାନ ଗଜା ହେଉନାହିଁ ।ବିଶେଷ କରି ଶାରଳା ଧାନ ଗଜା ହେଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।ଧାନ ଗଜା ନହେବାକୁ ନେଇ ଚାଷୀ ସଂପୃକ୍ତ ଘରୋଇ ଡିଲର ପାଖକୁ ଯାଇ ଅଭି୍ୋଗ କରିବା ପରେ ଚାଷୀ ସହିତ ଡିଲର ମଧ୍ୟ ଜିଲ୍ଲା କୃଷି ବିଭାଗକୁ ଯାଇ ଅଭିଯୋଗ କରିଥିଲେ ।

ମିଳିଥିବା ସୁଚନା ଅନୁସାରେ ସାଦେଇପୁର ଅଞ୍ଚଳର ଚାଷୀ ପ୍ରଫୁଲ୍ଲ ସ୍ୱାଇଁ,ସୁଦର୍ଶନ ଭୋଇ ଜଗତସିଂହପୁର ସଦର ଗାନ୍ଧୀଛକ ସ୍ଥିତ ମା ସର୍ବାଙ୍ଗ ସୁନ୍ଦରୀ ସିଡସ ଷ୍ଟୋରରୁ ଶାରଳା ବିହନ ନେଇଥିଲେ ।ମାତ୍ର ୬ ଦିନ ଗଜା ଦେବା ପରେ ଧାନ ଗଜା ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି ।ସେହିପରି ଢିଅସାହି ନିକଟ ଦାଦପୁର ଗ୍ରାମର ବାସୁଦେବ ଦାସ ଓ ହାଜିପୁର ର ମନୋରଞ୍ଜନ ସାମସଲ ସେହି ଶାରଳା ବିହନ ନେଇଥିଲେ ହେଁ ତାଙ୍କ ମଧ୍ୟ ଗଜା ହେଉ ନଥିବା ଅଭି୍ୋଗ କରିଛନ୍ତି । କେବଳ ଏହି ଚାଷୀମାନେ ନୁହଁନ୍ତି ଶାରଳା ବିହନ ବହୁ ମାତ୍ରାରେ ଗଜା ହେଉ ନଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି ।ବିଲରେ ତଳି ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ପରେ ବିହନ ଗଜା ନହେବାରୁ ଚାଷିମାନେ ସଂପୃକ୍ତ ଡିଲର ଉପରେ ବର୍ଷିଛନ୍ତି ।ମାତ୍ର ଡିଲର କହିବା ଅନୁସାରେ ବିହନ ଓଡିଶା ରାଜ୍ୟ ବିହନ ନିଗମ ପ୍ରସ୍ତୁତ କରୁଛନ୍ତି ।

ଏହାକୁ ନେଇ ଚାଷୀମାନଙ୍କୁ ଧରି ସଂପୃକ୍ତ ଡିଲର ଜଗତସିଂହପୁର ଜିଲ୍ଲା କୃଷି କାର୍ଯ୍ୟାଳୟକୁ ଯାଇଥିବା ବେଳେ ବିହନ ଗଜା ନହେବା ଏକ ଲିଖିତ ଅଭିଯୋଗ ଦେବା ପାଇଁ ଚାଷୀମାନଙ୍କୁ ଜିଲ୍ଲା ସହକାରୀ କୃଷି ଅଧିକାରୀ କହିଥିଲେ ।ଲିଖିତ ଅଭିଯୋଗ କୃଷି ଅଫିସ ପକ୍ଷରୁ ବିହନ ନିଗମକୁ ପଠାଇବା ପରେ ପରବର୍ତ୍ତୀ ପଦେକ୍ଷପ ନିଆଯିବ ବୋଲି କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ କୁହାଯାଇଥିବା ଚାଷୀମାନେ କହିଛନ୍ତି ।ଗୋଟିଏ ପଟେ ଚାଷକାମ ଆରମ୍ଭ ହୋଇଥିବା ବେଳେ ବିହନ ଗଜା ନ ହେବାକୁ ନେଇ ଚାଷୀ ଚିନ୍ତାରେ ।ସରକାରୀ ବିହନ ଏଭଳି ନିମ୍ନ ମାନର ହୋଇଥିବାରୁ ଜିଲ୍ଲାରେ ବହୁ ସ୍ଥାନରେ ଚାଷକାମ ଆଗେଇ ପାରୁନାହିଁ ଚାଷୀମାନେ ଅଭିଯୋଗ କରିଛନ୍ତି ।ବିଗତ ଦିନରେ ନିମ୍ନମାନର ବିହନକୁ ନେଇ ରାଜ୍ୟ ସରକାର ବଦନାମ ମୁଣ୍ଡାଇ ଥିବା ବେଳେ ଚଳିତ ବର୍ଷ ମଧ୍ୟ ଶାରଳା ବିହନକୁ ନେଇ ଏବେ ଚାଷୀ ଆନେ୍ଦାଳନ ଦାନା ବାନ୍ଧୁଛି ।ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଚାଷୀଙ୍କୁ ଭଲ ବିହଗନ ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply