Odisha news

ତିହିଡି: ଅର୍ପଣ ରଥକୁ ସବୁଠି ମିଳୁଛି ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା

0

ତିହିଡି, ୧୦/ ୦୧(ଯଦୁମଣି ପାଣିଗ୍ରାହୀ) ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଲୋକାର୍ପଣ କରିବେ । ଏହା ପୂର୍ବରୁ ଅର୍ପଣ ରଥ ରାଜ୍ୟ ସମସ୍ତ ଗାଁ ଗଣ୍ଡାରେ ପରିକ୍ରମା କରିବା ସହିତ ପ୍ରତି ଘରୁ ପ୍ରତି ଦୁଇ ମୁଠା ·ଉଳ ଓ ଦୁଇଟି ଗୁଆ ସଂଗ୍ରହ କରିବ । ଉକ୍ତ ପବିତ୍ର ସାମଗ୍ରୀ ପର୍ଯ୍ୟାୟକ୍ରମେ ବ୍ଲକ ଓ ଜିଲ୍ଲା ଦେଇ ପୂରୀ ଶ୍ରୀମନ୍ଦିରକୁ ଯିବ । ଏହି କ୍ରମରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ୯ ପଞ୍ଚାୟତରେ ଅର୍ପଣ ରଥ ପରିକ୍ରମା କରିଛି । ଆଜି ପୂର୍ବାହ୍ନରେ ରଥ ତିହିଡି ବ୍ଲକ କାର୍ଯ୍ୟାଳୟରେ ପହଁଞ୍ଚôବା ପରେ ସେଠାରେ ପ୍ରଶାସନ ପକ୍ଷରୁ ଏହାକୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଏହାର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଡିଓ ଜ୍ୟୋତିର୍ମୟ କର, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ବିଦୁ୍ୟତଲତା ନାୟକ, ସାଂସଦଙ୍କ ପ୍ରତିନିଧି ତଥା ଆଇନ୍ଜୀବୀ ଚିନ୍ତାମଣି ଦାସ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ଦାସ, ·ନ୍ଦବାଲି ବିଧାୟକଙ୍କ ପ୍ରତିନିଧି ମାନସ ରଞ୍ଜନ ସାହୁ, ସରପଞ୍ଚ ତାପସ ବେହେରା, ପ୍ରବୀର ନାୟକ, ଗଣେଶ ନାୟକ, ବାପୁଜୀ ନାୟକଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର କର୍ମ·ରୀ ଉପସ୍ଥିତ ଥିଲେ । ଏହି ଅର୍ପଣ ରଥ ସିନେ୍ଦାଳ ପଞ୍ଚାୟତରେ ପରିକ୍ରମା କରିବା ବେଳେ ସରପଞ୍ଚ ସୁପ୍ରଭା ପାଣିଙ୍କ ସମେତ ସମିତି ସଭ୍ୟ ନକୁଳ ଚନ୍ଦ୍ର ବାରିକ, କପିଳ ଚନ୍ଦ୍ର ବାରିକ, ପ୍ରଦୀପ ଦାସ, ପୂର୍ବତନ ସରପଞ୍ଚ ବୈକୁଣ୍ଠନାଥ ପାଣି, ସୁଧାକର ଜେନା, ଜଗବନ୍ଧୁ ରାଉଳ, ନିଶାକର ସ୍ୱାଇଁ, ନାଏବ୍ ସରପଞ୍ଚ ସୟଦ୍ ଇବ୍ରାହିମ୍, ହୁସେନ୍ ସାହା, ପିଇଓ ଦୀନବନ୍ଧୁ ମହାନ୍ତି, ଜିଆରଏସ ଶୁଭଶ୍ରୀ ନାୟକ ସ୍ୱାଗତ ଓ ସମ୍ବର୍ଦ୍ଧନା କରିଥିଲେ । ସେହିପରି ଫତେପୁର, ସୟା, କୋହ୍ଲ, ବାହାବଳପୁର, ମୁକୁନ୍ଦପୁର, ମହରମପୁର, ବାରୋ ଓ ବୋଡକ ପଞ୍ଚାୟତରେ ଅର୍ପଣ ରଥ ପରିକ୍ରମା କରିଥିବା ସୂଚନା ମିଳିଛି । ଏହି ଅର୍ପଣ ରଥକୁ ସବୁଠି ମିଳୁଛି ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା । ପରେ ଅବଶିଷ୍ଟ ପଞ୍ଚାୟତଗୁଡିକରେ ମଧ୍ୟ ଏହି ଅର୍ପଣ ରଥ ପରିକ୍ରମା କରିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Leave A Reply