Odisha news

ଦ୍ୱତୀୟ ମାସର ପ୍ରଥମ ଦିନ ସଟଡାଉନ : ଜିଲ୍ଲାର ପ୍ରବେଶ ପଥରେ ବିରିଡି ପୋଲିସର ଯାଂଚ

0

ବିରିଡି, ୦୪ା୦୭ ; ଶନିବାର ଦ୍ୱତୀୟ ମଙ୍କସର ବା ଜୁଲାଇ ମଙ୍କସର ପ୍ରଥମ ଦିନ ସଟଡାଉନ ଆରମ୍ଭ ହୋଇଛି । ଏହି ପରିପେକ୍ଷିରେ ବିରିଡି ପୋଲିସ ପକ୍ଷରୁ ଜଗତସିଂହପୁର ଜିଲ୍ଲାର ପ୍ରବେଶ ପଥ କଇଜଂଗା ଠାରେ କ୍ୟାମ୍ପ କରାଯାଇ ଅମାନିଆଙ୍କ ଉପରେ ତିକ୍ଷଣ ନଜର ରଖିଥିବା ବେଳେ ଯାଂଚ କଡାକଢି କରାଯାଇଛି । ଆଇଆଇସି ପାରାଓଟୁଡୁଙ୍କ ନିଦେ୍ର୍ଧଶରେ ପୋଲିସ କର୍ମଚାରୀମାନେ କଇଜଙ୍ଗା ଠାରେ ଡେରା ପକାଇବା ସହ ସପ୍ତାହକୁ ୪୮ ଘଂଟିଆ ସଟଡାଉନ କୁ ସମସ୍ତେ ମାନିବାକୁ ସଚେତନ କରୁଥିବା ଦେଖିବାକୁ ମିଳିଛି ।

କେତେକ ପ୍ରକୃତ ଅତ୍ୟାବଶ୍ୟକ ଅର୍ଥାତ ମେଡିକାଲ କେଶରେ ଦେହ ଅସୁସ୍ଥ ଓ େଓøଷଧ ପତ୍ର ଧରି ଫେରୁଥିବା ବେଳେ ଆଉ କେତେକ ସେମିତି ବିଭିନ୍ନ ଆଳ ଦେଖାଇ ଯିବାକୁ ଚେଷ୍ଟା କରୁଥିବାରୁ ପୋଲିସ କର୍ମଚାରୀ ମାନେ ସେମାନଙ୍କ ଅଟକାଇ ତାଗିଦ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ମୋଟାମୋଟି ଉପରେ ବିରିଡି ଅଂଚଳର କଇଜଙ୍ଗା, ହାଜିପୁର, ବିରିଡି, ଦୋଗଛିଆ, ବାଲିଆ, ଅଣଖିଆ, ବାଲିଆଷ୍ଟୋର, ବସନ୍ତପୁର ଅନ୍ୟପଟେ ସୋମପୁର, ତେଲଦିଆ, ନାନପୁର, ଗଡମା, କଂଟୁଆର ବଜାରକୁ ବନ୍ଦ ରଖିବ୍ୟବସାୟୀ ବନ୍ଧୁମାନେ ସରକାରଙ୍କ ୪୮ ଘଂଟିଆ ସଟଡାଉନକୁ ପାଳନ କରିଥିବା ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.