ମାଲକାନଗିରି !ତା:୪.୭.୨୦୨୦ : ମାଲକାନଗିରି ଜିଲ୍ଲାରେ ଆଜି ୫ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ତଥ୍ଯ ଆସିଲା ପରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୧୧ରେ ପହଞ୍ଚିଛି l ପ୍ରାପ୍ତ ତଥ୍ୟ ଅନୁସାରେ ଆଜି ୫ ଜଣଙ୍କ ମଧ୍ଯରେ ପଡିଆ ବ୍ଲକ୍ କଲୋନୀ ସଂଗରୋଧ କେନ୍ଦ୍ରରୁ ୩ ଜଣ କରୋନା ଆକ୍ରାନ୍ତ ତଥ୍ୟ ହସ୍ତଗତ ହୋଇଥିବା ବେଳେ ସେମାନେ ନୂଆ ଦିଲ୍ଲୀ ଫେରନ୍ତା l
ସେହିପରି ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋଟିଗୁଡା ଗ୍ରାମରୁ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଂକର ଲକ୍ଷଣ ପ୍ରକାଶ ପାଇବାରୁ ସ୍ବାବ ପରୀକ୍ଷଣ କରାଯାଇଥିଲା l ତେବେ ସେହି ଆକ୍ରାନ୍ତ ବ୍ୟକ୍ତିର ଭ୍ରମଣ କାହାଣୀ ପ୍ରଶାସନର ହସ୍ତଗତ ହୋଇ ପାରି ନାହିଁ l ସେହି ପରି ମାଲକାନଗିରି ପୌରପରିଷଦରେ ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ତଥ୍ୟ ଆସିଛି l
ତେବେ ବ୍ୟକ୍ତି ଜଣଂକ ଅନ୍ଯ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣା ପଡିଛି l ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ଯା ୧୧୧ରେ ପହଞ୍ଚିବା ବେଳେ ୫୮ ଜଣ କରୋନା ଦ୍ବାରା ସଂକ୍ରମଣ l ୫୩ ଜଣ କରୋନା ସଂକ୍ରମଣ ବ୍ଯକ୍ତି ଆରୋଗ୍ଯ ହୋଇ ଫେରିଛନ୍ତି lବର୍ତ୍ତମାନ ମାଲକାନଗିରି ପୌରପରିପଦରେ କ୍ରମନ୍ନୟରେ କରୋନା ରୋଗୀ ସଂକ୍ରମିତ ତଥ୍ୟ ହସ୍ତଗତ ହୋଇଥିବାରୁ ଆସନ୍ତା ୫ ତାରଖ ମଧ୍ଯ ରାତ୍ର ଯାଏ ସଟ୍ ଡାଉନ୍ କରାଯାଇଛି l ସଂପୂର୍ଣ୍ଣ ଦୋକାନ ବଜାର ବନ୍ଦ ରହିଛି l
