Odisha news

ରାଷ୍ଟ୍ରପତିଙ୍କୁ ଭେଟିଲେ ବନ୍ଧୁ ବୀରଭଦ୍ର ସିଂ

0

ନୂଆଦିଲ୍ଲୀ/ଭୁବନେଶ୍ୱର,୧୩/୨ : ପୂର୍ବତନ ସାଂସଦ ତଥା ରାଷ୍ଟ୍ରପତିଙ୍କ ବନ୍ଧୁ ବୀରଭଦ୍ର ସିଂ ଗତ ୪ ତାରିଖରେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ । ତାଙ୍କ ସହ ତାଙ୍କ ପରିବାର ମଧ୍ୟ ରାଷ୍ଟ୍ରପତି ଭବନ ଯାଇଥିଲେ । ଗୁରୁବାର ଲୋକସେବା ଭବନ ଆସିଥିବା ବେଳେ ଶ୍ରୀ ସିଂହ ରାଷ୍ଟ୍ରପତିଙ୍କୁ ଭେଟିବା ସମୟର ଅନୁଭୂତି ପ୍ରକାଶ କରିଥିଲେ । ରାଷ୍ଟ୍ରପତିଙ୍କ ସହ ମୟୂରଭଞ୍ଜର ବିକାଶ ନେଇ ଆଲୋଚନା ହେଲା ପୁରୁଣା ଦିନର ସ୍ମୃତି ବି ଆଲୋଚନା ହୋଇଥିଲା ବୋଲି ସେ କହିଥିଲେ । ଏହାସହ ମୟୂରଭଞ୍ଜ ଆସିବାକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଦେଇଥିବା ମଧ୍ୟ କହିଥିଲେ । ସୂଚନାଯୋଗ୍ୟ ଯେ ବାଣୀବିହାର ଆଲୁମିନି ମିଟ୍ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ ବୀରଭଦ୍ର ସିଂଙ୍କୁ ରାଷ୍ଟ୍ରପତି ଭବନ ଯିବା ଲାଗି ନିମନ୍ତ୍ରଣ କରିଥିଲେ ।

Leave A Reply

Your email address will not be published.