Odisha news

ପଟ୍ଟାମୁଣ୍ଡାଇରେ ମର୍ମଦୁନ୍ତ ଦୂର୍ଘଟଣା ; ୨ ଆହତ

0

ପଟ୍ଟାମୁଣ୍ଡାଇ ତା୧୩ା୨- ଆଜି ଦିବା ୧୨.୩୦ମି. ସମୟରେ କଟକ-ଚାନ୍ଦବାଲି ରାସ୍ତାର ଭାରତ ଗ୍ୟାସ ସମ୍ମୁଖରେ ଥୁଆ ହୋଇଥିବା ଏକ କାରକୁ ବିପରୀତ ଦିଗରୁ ଆସୁଥିବା ଏକ ୧୪ ଚକିଆ ଟ୍ରକ ଖୁବ ଜୋରରେ ଧକ୍କା ଦେଇଥିଲା । ଯାହାଫଳରେ ରାସ୍ତାକଡରେ ଥିବା କାରଟି ସଂପୂର୍ଣ୍ଣ ଚୁରମାର ହୋଇଯାଇଥିଲା । ଟ୍ରକ ଧକ୍କାରେ ଚୁରମାର ହୋଇଥିବା କାର ରାସ୍ତାରେ ଯାଉଥିବା ୨ଜଣ ଲୋକଙ୍କୁ ଖୁବଜୋରରେ ଧକ୍କା ଦେଇଥିଲା । ଯାହାଫଳରେ ୨ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ପୋଖରୀଆପଡା ଗ୍ରାମର ବନମାଳି ଲେଙ୍କାଙ୍କ ଗୋଡ ଓ ପାଦ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଗୁରୁତର ଆହତ ବନମାଳିଙ୍କୁ କଟକ ବଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତି କରାଯାଇଛି । ଅନ୍ୟ ଜଣେ ଯୁବକ ମଧ୍ୟ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି । ଦୂର୍ଘଟଣା ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା । ଖବର ପାଇ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହିତ ଆହତମାନଙ୍କୁ ଚିକିତ୍ସା ପାଇଁ ପଠାଇଥିଲା । ସ୍ଥାନୀୟ ପୋଲିସ ଏ ସଂପର୍କରେ ଏକ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇବା ସହିତ ଦୂର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିଛି ।

Leave A Reply