ନିମାପଡା,୧୩ା୨ା:ଚାରିଛକ ବଜାର ନିକଟରେ ଆଜି ଏକ ବୋଲେରୋ ସହ ବାଇକ ଧକ୍କା ହେବା ଫଳରେ ବାଇକ ଆରୋହୀ ଦୁଇଜଣ ଆହତ ହୋଇଥିବା ଜଣାପଡିଛି ।ଆହତ ଦ୍ୱୟ ହେଲେ ଗୋପ ଥାନା ଅଧିନ ଶିରେଇ ଗ୍ରାମର ବିଶ୍ୱରଂଜନ ଦଳାଇ(ଆଶିଷ୩୦)ଓ ପିଣ୍ଡୋଳୋ ଗ୍ରାମର ବିଶ୍ୱଜିତ ସ୍ୱାଇଁ (୩୫)ାପ୍ରକାଶ ଯେ, ଆଶିଷ ଓ ବିଶ୍ୱଜିତ ଏକ ହିରୋହୋଣ୍ଡା ନଂ(ଓଡି ୦୨ବିଏ୫୨୦୪)ରେ ଭୁବନେଶ୍ୱର ଯାଉଥିବା ବେଳେ ଚାରିଛକ ବଜାର ନିକଟରେ ବିପିରିତ ଦିଗରୁ ଆସୁଥିବା ଏକ ବୋଲେରୋ ନଂ(ଓଡି ୦୨ଏନ ୩୪୧୭)ତାଙ୍କୁ ଧକ୍କା ଦେବାରୁ ଦୁହେଁ ଆହତ ହୋଇଥିଲେ ।ତାଙ୍କୁ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ।ତେବେ ବାଇକ ଚାଳକ ଆଶିଷଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରିଛନ୍ତି ।ଦୁର୍ଘଟଣା ଘଟିବା ପରେ ସେଠାରେ କିଛିସମୟ ଧରି ଉତେଜନା ପ୍ରକାଶ ପାଇଥିଲା ।ଚାରିଛକ ଫାଣ୍ଡି ପୁଲିସ ଦୁର୍ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।