ମାର୍ଶାଘାଇ ୧୩/୨ ହରିଦାସପୁର – ପାରାଦ୍ୱିପ ନିର୍ମାଣଧିନ ରେଳପଥର ମାର୍ଶାଘାଇ କେନାଲବ୍ରିଜ ଗୋସାଇଁବନ୍ଧ ନିକଟରେ ବୁଧବାର ରାତି ପ୍ରାୟ ୧୦.୩୦ ମିନିଟ ସମୟରେ ମାଟି ଦବି ଯାଇ ରାସ୍ତା ଫାଟିବା ସହ ଧସିଯାଇଛି । ରେଳପଥ ନିର୍ମାଣଧିନ ଥିବା ବିଭିନ୍ନ ଅଂଶରେ ମାଟି ଫାଟି ଯାଇ ଆଁ କରିଥିବା ବେଳେ ଅନେକ ଅଂଶରେ ପାଖାପାଖି ୨୦୦ ଫୁଟ ଦବି ମଧ୍ୟ ଯାଇଥିବା ଦେଖିବାକୁ ମୁଳିଛି । ଏପରିକି ଏହି ନିର୍ମାଣଧିନ ରାସ୍ତାପାଇଁ ପଡିଥିବା ମାଟ ଧସି ପଡିବା ସହିତ ପାଖରେ ଥିବା କୋଠାଘର କ୍ଷତିଗ୍ରସ୍ତ ହେଇଥିବା ଜଣାପଡିଛି । ତେବେ ଏହି ପାରାଦୀପ-ହରିଦାସପୁର ରେଳ ପଥକୁ ଶୀଘ୍ର ସଂପୂର୍ଣ୍ଣ କରି ରେଳ ଚଳାଚଳ ଖୁବଶୀଘ୍ର କରିବାକୁ ବିଭାଗ ଯୋଜନା କରିଥିବା ତାହା ବିଳମ୍ବିତ ହେବାର ଆଶଙ୍କା ମଧ୍ୟ କରାଗଲାଣି ।ତେବେ ରାସ୍ତା ନିର୍ମାଣଧିନ ଚାଳିବା ସହ ମାଟି କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚô ଥିବା କୁହାଯାଉଥିବା ବେଳେ ରାସ୍ତାର ଏତେ ବଡ ଅଂଶ କଣ ପାଇଁ ଧସିଲା ଏନେଇ ନେଇ ଅନେକ ପ୍ରଶ୍ନ । ରାସ୍ତା ନିର୍ମାଣରେ କେଉଁଠି ତୃଟି ରହିଛି କି ? ରାସ୍ତା ନିର୍ମାଣରେ ବ୍ୟବହୃତ ହେଉଥିବା ସାମଗ୍ରୀର ଓ ତାର ମାନ, ପରିମାଣ ଓ ନିର୍ମାଣ ସମୟରେ ଯେଉଁ ଯେଉଁ ଗାଇଡିଲାଇନ ଅନୁସାରେ ରାସ୍ତା ନିର୍ମାଣ କରାଯିବା କଥା ତାହା ଠିକ୍ ଭାବରେ ପାଳନ କରାଯାଉଅଛି କି ନାହିଁ , କିମ୍ବା ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ସଂସ୍ଥା ଠାରୁ ଆରମ୍ଭକରି ବିଭାଗୀୟ ଅଧିକାରୀ ଯେଉଁମାନଙ୍କ ଉପରେ ରାସ୍ତା ନିର୍ମାଣ ତଦାରଖ କରିବା କାର୍ଯ୍ୟ ନ୍ୟସ୍ତ ସେମାନେ ସେମାନଙ୍କ ଦାୟିତ୍ୱ ସଠିକ ଭାବରେ ପାଳନ କରିଛନ୍ତି କି ? ବର୍ତ୍ତମାନ ଲୋକମାନଙ୍କ ମନରେଏପରି ଅନେକ ପ୍ରଶ୍ନ । ନିର୍ମାଣ କାର୍ଯ୍ୟ ରେ ତୃଟି ରହୁଥିବା ମଧ୍ୟ ଅଭିଯୋଗ ହେଉଛି । ଏହି ରେଳ ପଥକୁ ଶୀଘ୍ର ସଂପୂର୍ଣ୍ଣ କରି ରେଳ ଚଳାଚଳ ଖୁବଶୀଘ୍ର କରିବାକୁ ବିଭାଗ ଯୋଜନା କରିଥିବା ବେଳେ ବର୍ତ୍ତମାନ ରାସ୍ତା ଧସିବା ଓ ଦବିବା କୁ ନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ନିରାପଦ ଭାବରେ ରେଳ ଚଳାଚଳ ହେବା ନେଇ ମଧ୍ୟ ସନେ୍ଦହ ଉପୁଜିଛି । ଖବର ପାଇବ ପରେ ମାର୍ଶାଘାଇ ଥାନା ଅଧିକାରୀ କାଳନ୍ଦି ବେହେରା , ମାର୍ଶାଘାଇ ତହସିଲଦାର ନିରଞ୍ଜନ ସାହୁ ଘଟଣାସ୍ଥଳ ଯାଇ ସ୍ଥିତ ଅନୁଦ୍ଧାନ କରିଥିବା ଜଣାପଡିଛି । ତେବେ ନିର୍ମାଣଧିନ ରେଳପଥ ଧସିବା ଓ କଣ ପାଇଁ ଦବିଲା ଏହାକୁ ଗୁରୁତର ସହିତ ନେଇ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି । ସୂଚନାଥାଉକି ପାଖାପାଖି ୨୨ ବର୍ଷ ହେବ ହରିଦାସପୁର -ପାରାଦ୍ୱିପ ରେଳପଥ ନିର୍ମାଣ କାର୍ଯ୍ୟ ଚାଲୁରହିଛି ।