କୋଣାର୍କ ସୂର୍ଯ୍ୟମନ୍ଦିରରେ ସାଧା ପଥର ଲଗାଇବା ଘଟଣା; ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ସଂସ୍କୃତି ସଚିବଙ୍କ ସହ ସ୍ୱତନ୍ତ୍ର ଟିମ୍ ।
କୋଣାର୍କ- କୋଣାର୍କ ସୂର୍ଯ୍ୟ ମନ୍ଦିର ହେଉଛି ଭାରତର ଗର୍ବ ଏବଂ ଗୌରବ । ଏହାର ସୁରକ୍ଷା ଓ ଯତ୍ନ ନେବା ଆମର କର୍ତବ୍ୟ ଏହାକୁ କଦାପି ଅବହେଳିତ ହେବାକୁ ଦିଆଯିବନି ବୋଲି ଗୁରୁବାର ଅପରାହ୍ନ ରେ ରାଜ୍ୟ ସରକାରଙ୍କ ସଂସ୍କୃତି ସଚିବ ମନୋରଞନ ପାଣିଗା୍ରହୀ ମନ୍ଦିର ପରିଦର୍ଶନ କରିବା ସହ ଏହାର ସ୍ଥିତି ଅନୁଧ୍ୟାନ କରି ପ୍ରକାଶ କରିଛନ୍ତି । ବିଭିନ୍ନ ଗଣମାଧ୍ୟମର ପ୍ରକାଶିତ ଖବର ଅନୁସାରେ କୋଣାର୍କ ମନ୍ଦିରରୁ ମୂର୍ତି କଢାଯାଇ ସାଧା ପଥର ଲାଗିଥିବା ଖବର ପ୍ରକାଶ ପାଇଥିଲା ।ଯାହା ର ତର୍ଜମା ଓ ସତ୍ୟାସତ୍ୟ ଜାଣିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ସଚିବଙ୍କ ସହ ଏକ ତିନି ଜଣିଆ ଅନୁଧ୍ୟାନ ଦଳ କୋଣାର୍କ ଗ୍ରସ୍ଥ କରି ମନ୍ଦିର ବୁଲିବା ସହ କେଉଁ କେଉଁ ସ୍ଥାନରେ ସାଧା ପଥର ଲାଗିଛି ତାହାକୁ ଅନୁଧ୍ୟାନ କରିଥିଲେ । କିନ୍ତୁ ସେମାନେ ଯେଉଁ ସ୍ଥାନରେ ସାଧା ପଥର ଲାଗିଥିବା ଦେଖିଥିଲେ ତାହା ଏବେର ନୁହେଁ ଏହା ଦୀର୍ଘ ବର୍ଷ ବ୍ୟବଧାନରେ ଲଗାଯାଇଥିବା ଜାଣିବାକୁ ପାଇଥିଲେ । କାରଣ, ଏହି ମନ୍ଦିରଟି ଦୀର୍ଘ ୮୦୦ବର୍ଷର ଅତିକ୍ରମ କରିସାରିଥିଲେ ମଧ୍ୟ ଏହି ପଥର ଗୁଡିକ କେବେ ଲଗାଯାଇଛି ତାହାର ସଠିକ ତଥ୍ୟ ଜାଣିବାକୁ କେନ୍ଦ୍ର ସରକାରଙ୍କ ସହ ଏ.ଏସ.ଆଇ ଙ୍କୁ ତଥ୍ୟ ମଗାଯିବ ବୋଲି ସଚିବ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ସଂସ୍କୃତି ସଚିବଙ୍କ ଏହି ଟିମ୍ ର ମନ୍ଦିରର ସ୍ଥିତି ଅନୁଧ୍ୟାନ ସମୟରେ ଏ.ଏସ.ଆଇ ର କୌଣସି ଉଚ୍ଚ ପଦସ୍ଥ ଅଧୀକାରି କିମ୍ବା ସ୍ଥାନୀୟ ଏ.ଏସ.ଆଇ ଅଧିକାରୀ ଉପସ୍ଥିତ ନଥିବାରୁ ସେମାନେ ମନ୍ଦିର ବିଷୟରେ ସବିଶେଷ ବିବରଣୀ ପାଇପାରିନଥିଲେ । କେବଳ ଲୋକାଲ ପା୍ରଈଭେଟ ଗାଇଡ ଙ୍କ ଠାରୁ ରାଜ୍ୟ ସଂସ୍କୃତି ସଚିବ ଶୀ୍ର ପାଣିଗା୍ରହୀ ଓ ଅନ୍ୟ ଅଧିକାରୀ ମାନେ ମନ୍ଦିର ବିଷୟରେ ଯାହା ଅବଗତ ହୋଇଥିଲେ । ଏହି ଅନୁଧ୍ୟାନ ଦଳ ମଧ୍ୟରେ ପାଣିଗା୍ରହୀ ଙ୍କ ସହ ସଙ୍ଘମିତ୍ରା ଶତପଥୀ,ଅଶ୍ୱିନୀ ଶତପଥୀ ପ୍ରମୁଖ ଉପସ୍ଥିତ ରହି ମନ୍ଦିରକୁ ଅନୁଧ୍ୟାନ କରିଥିଲେ ।