Odisha news

ବିସିଏଲ ସିଜିନ ୩ ଉଦଯାପିତ : ଇସ୍କନ ଇଲେଭେନ କୁ ହରାଇ ପ୍ରୋ ଇଲେଭେନ ଚାମ୍ପିଆନ। 

0
ବିଂଝାରପୁର : ବିଂଝାରପୁର ବ୍ଲକର ଚିକଣା ପଞ୍ଚାୟତର ଚୁମ୍ବନ ଏବଂ ଜିତୁ ଷ୍ଟାଡିୟମ ଠାରେ ମା ଜାଗୁଳାଇ ଷ୍ପୋଟିଙ୍ଗ କ୍ଲବ ଆନୁକୂଲ୍ୟରେ  ହେଉଥିବା ବିସିଏଲ ସିଜିନ ୩ ପାଞ୍ଚଦିନ ଧରି ଅନୁଷ୍ଠିତ ହେଇଯାଇଛି। ଆଜି ଥିଲା ତାର ଅନ୍ତିମ ଦିନ। ପ୍ରୋ ୧୧ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ଓଭରରେ ୭ ୱକେଟ ହରାଇ ୬୮ ରନ କରିଥିଲା। ପ୍ରତି ଜବାବରେ ଇସ୍କନ ୧୧ ସମସ୍ତ ଉଇକେଟ ହରାଇ ୬୫ ରନ କରି ପରାଜୟ ବରଣ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶାରିରୀକ କ୍ରିଡା ଅଧିକାରୀ ଫକୀର ମୋହନ ଟୁଡୁ, ମୁଖ୍ୟ ବକ୍ତାଭାବେ ପୂର୍ବତନ ସରପଞ୍ଚ ଧ୍ରୁବ ଚରଣ ସେଠି, ସମ୍ମାନିତ ଅତିଥିଭାବେ ସମାଜସେବୀ ଜିତେନ୍ଦ୍ର କୁମାର ପ୍ରଧାନ, ସମାଜସେବୀ ଶ୍ରୀଧର ମଲିକ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ଓ ଅର୍ଥରାଶି ଓ ପରାଜୟ ଦଳକୁ ଟ୍ରଫି ସହିତ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ମ୍ୟାନ ଅଫ ଦି ସିରିଜ ହିତବ୍ରତ ମଲିକ, ବେଷ୍ଟ ବ୍ୟାଷ୍ଟସ ମ୍ୟାନ ବିଶ୍ୱଜିତ ସେଠି ,ବେଷ୍ଟ ବୋଲର ତପନ ସାହୁ, ମ୍ୟାନ ଅଫ ଦି ମ୍ୟାଚ ସାକିବ ଅଲିବ ଖାନ, ବେଷ୍ଟ ଭାଷ୍ୟକାର ଶିବଶକ୍ତି, ଜଗନ, ବେଷ୍ଟ ଖେଳ ପରିଚାଳକ ଦୀନବନ୍ଧୁ ରାଉତ, ସବିର ଦାସ, ମାନସ ମଲିକ, ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ପାଞ୍ଚଦିନ ଖେଳକୁ ମା ଜାଗୁଳାଇ ଷ୍ପୋଟିଙ୍ଗ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
Nalco
Leave A Reply