ସୀମାନ୍ତରେ ଅନୈତିକ କାର୍ଯ୍ୟ,-ଭଡ଼ା ଘରୁ ମିଳିଲା ଯୁବକର ମୃତଦେହ , ଜଣେ ବାନ୍ଧବୀ ଅଟକ : ଅନ୍ୟ ରହସ୍ୟମୟୀ ଯୁବତୀ ଫେରାର :
ଭୋଗରାଇ : କୋଲକାତା ଆରଜିକର ହସ୍ପିଟାଲରେ ଡାକ୍ତରୀ ଟ୍ରେନି ଛାତ୍ରୀଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ କୋଲକାତା ଅଗ୍ନିଗର୍ଭ ହୋଇଥିବାବେଳେ କୋଲକାତା ରୂପଜୀବୀମାନେ ଏବେ ଓଡିଶା ମୁହାଁ ହୋଇଛନ୍ତି lଏହି ଦେହଜୀବୀମାନେ ପଶ୍ଚିମବଙ୍ଗ ଦୀଘା ସୈକତ ସହର ରେ ଆସ୍ଥାନ ଜମାଇଥିବାବେଳେ ଦଲାଲ ମାନେ ଏହି ସୁନ୍ଦରୀ ଯୁବତୀ ମାନଙ୍କୁ ଆଣି ବାଲେଶ୍ୱରଜିଲା ଭୋଗରାଇ ଓ ଏହାର ଆଖ ପାଖ ଅଞ୍ଚଳକୁ ବିଭିନ୍ନ ଭଡାଘରେ ରଖି ଅନୈତିକ କାର୍ଯ୍ୟ ଓ ଅପରାଧିକରଣ କାର୍ଯ୍ୟରେ ଲିପ୍ତ ରଖୁଥିବାରୁ ଆଇନଶୃଙ୍ଖଳା ବିଗିଡ଼ିବାରେ ଲାଗିଛି lଏଭଳି ସ୍ଥିତିରେ ବାଲେଶ୍ୱର ଜ଼ିଲ୍ଲାଭୋଗରାଇ ବ୍ଲକ ତାଳସାରୀ ମେରାଇନ ଥାନା ଅନ୍ତର୍ଗତ ହୁଗୁଳି ଗ୍ରାମର ଏକ ଭଡ଼ା ଘରୁ ଜଣେ ଯୁବକର ମୃତଦେହ ଉଦ୍ଧାରହେବା ଏବଂ ଯୁବକକଙ୍କ ସ୍ତ୍ରୀର ପରିଚୟ ଦେଇ ରହୁଥିବା ରହସ୍ୟମୟୀ ଯୁବତୀ ଫେରାର ହେବା ଘଟଣା ଭୋଗରାଇ ଅଞ୍ଚଳରେ ଚର୍ଚ୍ଚାର ଖବର ହୋଇଛି l ମୃତ ଯୁବକର ଅନ୍ୟ ଜଣେ ସମ୍ପର୍କୀୟା ବାନ୍ଧବୀଙ୍କୁ ପୋଲିସ ଅଟକ ରଖି ପ୍ରାଥମିକ ତଦନ୍ତ ଜାରି ରଖିଛନ୍ତି l ସୂଚନାନୁଯାୟୀ ଉଦୟପୁର ଗ୍ରାମର ଆଶୀର୍ବାଦ ବେହେରା (୨୭ ) ଆଜକୁ ୬ ମାସ ତଳେ ହୁଗୁଳି ଗ୍ରାମର ଅମର ପଣ୍ଡାଙ୍କ ଭଡ଼ା ଘରେ ପଶ୍ଚିମବଙ୍ଗର ହାୱଡ଼ା ଜ଼ିଲ୍ଲାର ୟାମାଲିପୁରର ରଜିନା ଖାତୁନ ସହିତ ସ୍ୱାମୀ ସ୍ତ୍ରୀର ପରିଚୟ ଦେଇ ଏକାଠି ରହୁଥିଲେ l ଆଶୀର୍ବାଦଙ୍କ ବିବାହିତା ସ୍ତ୍ରୀ ମିନତୀ ବେହେରାଙ୍କର ସମେତ ୨ ଜଣ ଶିଶୁ ଘରେ ରହୁଥିବା ବେଳେ ୬ ମାସ ଧରି ଆଶୀର୍ବାଦ ଘରେ ରହୁ ନ ଥିବା ସ୍ତ୍ରୀ ମିନତୀ ବେହେରା ପ୍ରକାଶ କରିଛନ୍ତି l ମଙ୍ଗଳବାର ସକାଳେ ଆଶୀର୍ବାଦର ଅନ୍ୟଜଣେ ବାନ୍ଧବୀ ପଶ୍ଚିମବଙ୍ଗର ହୁଗୁଳି ଗ୍ରାମର ମିନତୀ ମଣ୍ଡଳ (୨୮ ) ସକାଳେ ଘର ମାଲିକ ଅମର ପଣ୍ଡାଙ୍କୁ ଯୁବକର ର ମୃତ୍ୟୁ ଖବର ଜଣାଇଥିଲେ l ଘର ମାଲିକ ଉକ୍ତ ଘଟଣା ଜାଣିବା ପରେ ତାଳସାରୀ ମେରାଇନ ଥାନା ଅଧିକାରିଣୀ ଚମ୍ପାବତୀ ସୋରେନଙ୍କୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ପଠାଇଥିଲେ l ରହସ୍ୟମୟୀ ଯୁବତୀ ରଜିନା ଖାତୁନ ଫେରାର ଥିବାବେଳେ ମୃତ ଆଶୀର୍ବାଦର ବାନ୍ଧବୀ କହୁଥିବା ମିନତୀ ମଣ୍ଡଳକୁ ପୋଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି l ଏହି ଘଟଣାରେ ତାଳସାରୀ ମେରାଇନ ଥାନାରେ ୮0 /୨୪ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବାର ତାଳସାରୀ ମେରାଇନ ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ ପ୍ରକାଶ କରିଛନ୍ତି lଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ ଯୁବକର ଶବବ୍ୟବଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି l
