Odisha news

ଭଞ୍ଜନଗର ପ୍ରେସକ୍ଲବକୁ ହରାଇ ଏନଏସି ବିଜୟୀ

0

ଭଞ୍ଜନଗର(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ୨୯/୮. ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଠାରେ ଭଞ୍ଜନଗର ପ୍ରେସ କ୍ଲବ ଏକାଦଶ ଓ ଏନଏସି ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ସମସ୍ତ ଓଭର ଖେଳି ପ୍ରେସକ୍ଲବ ଏକାଦଶ ୬ଉଇକେଟ ହରାଇ ମୋଟ ୮୨ରନ ସଂଗ୍ରହ କରିଥିଲେ।ସେଥିରେ ବାବୁଲା ପ୍ରଧାନ ୩୦ରନ କରିଥିଲେ।ଏହାପରେ ଏନଏସି ଏକାଦଶ ବ୍ୟାଟିଂ କରି କୌଣସି ଉଇକେଟ ନ ହରାଇ ୮୩ରନ କରି ୧୦ଉଇକେଟରେ ବିଜୟୀ ହୋଇଛି।ଏଥିରେ ଏନଏସି ଇଓ ଆଶୁତୋଷ ଗୌରବ କର ୨୦ବଲରେ ୪୧ରନ ଓ ଅଭିଷେକ ୩୨ରନ କରି ଅପରାଜିତ ଥିଲେ। ଆଶୁତୋଷଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ବିପକ୍ଷ ଦଳର ବାବୁଲାଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ ପାଇଁ ସ୍ଥିର ହୋଇଛି।ଏଥିରେ ଅମ୍ପାୟାର ଭାବେ ଏ. ବିଷ୍ଣୁ ଏବଂ ଶୂଳପାଣି ଶତପଥି ଧାରା ବିବରଣୀ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,କେ. ସଚିତ ରାଓ,ଶିବରାମ ଜେନା, ଉତ୍ତମ ଦଳ ବେହେରା,ଉପେନ୍ଦ୍ର ପ୍ରଧାନ, ରବି ବେହେରା, ଅଶୋକ ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply