Odisha news

ପୂର୍ବତନ ଏନ୍ ଏ ସି ଅଧକ୍ଷଙ୍କ ପରଲୋକ

0

ଭଞ୍ଜନଗର,୨୯/୨(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ବରିଷ୍ଠ ଆଇନଜୀବି ତଥା ଭଞ୍ଜନଗର ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ଏମ୍ ତାଜ୍ ଆଦେନି (୮୦) ସ୍ଥାନୀୟ ଆଦେନୀ କଲୋନୀ ବାସଭବନରେ ଆଜି ପରଲୋକ ଗମନ କରିଛନ୍ତି। ତାଙ୍କର ବିୟୋଗରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କର ଶେଷ ଦର୍ଶନ କରିଛନ୍ତି । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଏନ୍ ଏ ସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର , ସାଂସଦ ପ୍ରତିନିଧି ଦିବାକର ନାୟକ, ବ୍ଲକ ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଏ ଡି ଜେ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତ ଆଦେନୀଙ୍କ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ। ସ୍ଵର୍ଗତ ଆଦେନୀ ଭଞ୍ଜନଗର ବାର ଆସୋସିଏସନ ର ବିଭିନ୍ନ ପଦ ପଦବୀ ସହ ଦୀର୍ଘ ଦିନ ଧରି ସରକାରୀ ଓକିଲ ଥିଲେ। ଏଥିସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ମଧ୍ୟ ଥିଲେ। ବିଜେଡିର ଜଣେ ଜଣାଶୁଣା ନେତା ଭାବେ ପରିଚିତ ଥିଲେ। ସଂଧ୍ୟାରେ ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ସହର ପରିକ୍ରମା କରାଯିବା ସହ କୋର୍ଟ ଏବଂ ଏନ୍ ଏ ସି କାର୍ଯ୍ୟାଳୟକୁ ସର୍ବସାଧାରଣ ଦର୍ଶନ ପାଇଁ ନିଆଯାଇଥିଲା।

Nalco
Leave A Reply