Odisha news

ମୁନିସିପାଲିଟି ଘୋଷଣା ନକରିବାରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ।

0

ଭଞ୍ଜନଗର,୨୯/୦୨(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଗଞ୍ଜାମଜିଲ୍ଲା ଭଞ୍ଜନଗର ଏନ ଏ ସି କୁ ସରକାର ମୁନିସିପାଲିଟି ଘୋଷଣା କରିନାହାନ୍ତି।ଯାହାରି ପ୍ରତିବାଦରେ କଂଗ୍ରେସ ର ବିକ୍ଷୋଭ।କଂଗ୍ରେସ ନେତା ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଭଞ୍ଜନଗର ଥାନା ଛକ ନିକଟରେ ଏକତ୍ରିତ ହୋଇ ସରକାର ବିରୋଧରେ ନାରାବାଜି ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅର୍ଥ ମନ୍ତ୍ରୀ ବିକ୍ରମ ଆରୁଖ ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।କିଛିଦିନ ପୂର୍ବରୁ ଆସ୍କା, ଛତ୍ରପୁର ଏନ ଏ ଏସିକୁ ମୁନିସିପାଲିଟି ଘୋଷଣା କରିଥିଲେ ରାଜ୍ୟସରକାର। କିନ୍ତୁ ଆବଶ୍ୟକ ଭିତ୍ତିଭୂମି ଥାଇ ମଧ୍ୟ ଭଞ୍ଜନଗରକୁ ମୁନିସିପାଲଟି ଘୋଷଣା କରାଯାଇନି। ସ୍ଥାନୀୟ ଜନ ପ୍ରତିନିଧିଙ୍କ ଆନ୍ତରିକତା ଅଭାବରୁ ମୁନିସିପାଲିଟି ଘୋଷଣା ହୋଇନଥିବା ଅଭିଯୋଗ ଆଣିଛି କଂଗ୍ରେସ। ଏନେଇ ରାଜ୍ୟପାଳଙ୍କ ଉଧେଶୟରେ ଏକ ସ୍ମାରକ ପତ୍ର ଭଞ୍ଜନଗର ଉପଜିଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି ।

Ad2
Leave A Reply