Odisha news

୬୩ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

0

ଭଞ୍ଜନଗର, ୯/୧(Amerendra Pattanaik) -ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ୬୩ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ସୋମବାର ଉଦଘାଟିତ ହୋଇଯାଇଛି। ମଙ୍ଗଳବାର ତାହା ଉଦଯାପିତ ହେବ। ଉଦଯାପନୀ ଉତ୍ସବରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ମୁଖ୍ଯ ଅତିଥି,  କଲେଜ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଆଇ ଆର୍ ବି ୮ ମ ବାଟାଲିୟନ ର କମାଣ୍ଡେଣ୍ଟ ଉମେଶ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୋମବାର ସକାଳେ ବାଗଦେବୀ ମନ୍ଦିରରେ ପୂଜାର୍ଚନା ସରିବା ପରେ ଛାତ୍ରୀ ଛାତ୍ର ମାନେ କ୍ରୀଡା ମଶାଲ ଧରି କଲେଜ ରେ ପହଂଚି ଥିଲେ।  ଅଧ୍ୟକ୍ଷ ରାଜେନ୍ଦ୍ର ଦାସ କ୍ରୀଡା ମଶାଲ କୁ ଗ୍ରହଣ କରିବା ସହ ଆନୁଷ୍ଠାନିକ ଭାବେ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ଉପସଭାପତି ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀ, ଡଃ ରବିନ୍ଦ୍ର ମିଶ୍ର,ସନାତନ ବେହେରା, ବାବୁଲା ପ୍ରଧାନ, ବୁଦ୍ଧିନାଥ ବେହେରା, ମନ୍ଦାକିନୀ ପଣ୍ଡା, ରାଜଶ୍ରୀ ନାୟକ ସୁନୀଲ ବ୍ରହ୍ମା, ପି ରମେଶ ରାଓ ପ୍ରମୁଖ
କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରୁଛନ୍ତି।

Leave A Reply