Odisha news

ଭଞ୍ଜନଗର : ସାନଭାଇର ଫାର୍ଶାମାଡରେ ବଡଭାଇ ଓ ଝିଆରୀ ଗୁରୁତର

0

ଭଞ୍ଜନଗର,୨୭/୬ : ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ମେଣ୍ଟପୁର ଗ୍ରାମରେ ଜମିଜମା ଘଟଣାକୁ ନେଇ ସାନଭାଇର ଫାର୍ଶାମାଡରେ ବଡଭାଇ ଓ ଝିଆରୀ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତ ି କରାଯାଇଛି । ତେବେ ଏଠାରେ ପ୍ରାଥମିକ ଚିକିତ୍ସାପରେ ଏଠାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଅର୍ଥାଭାବରୁ ଉଭୟ ବାପଝିଅ ଭଞ୍ଜନଗର ମେଡିକାଲ ବେଡରେ ପଡି ଏବେବି ଛଟପଟ ହେଉଛନ୍ତି ।

ମିଳିଥିବା ସୁଚନା ପ୍ରକାରେ ମେଣ୍ଟପୁର ଗ୍ରାମର ଅନନ୍ତ ଖଟେଇ(୬୫) ଓ ତାଙ୍କ ଝିଅ କୁନି ଖଟେଇ(୩୦) ଶନିବାର ଜମିରେ କତି ମାରି ଘରକୁ ଫେରିବାବେଳେ ରାସ୍ତାରେ ଛକି ରହିଥିବା କୁନିର କାକା କରମା ଖଟେଇ ଏକ ଫାର୍ଶାରେ ଉଭୟ ବଡଭାଇ ଓ ତାର ଝିଆରୀ କୁନି ଖଟେଇ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଏଥିରେ କୁନି ଖଟେଇ(ଝିଅ) ଓ ଅନନ୍ତ ଖଟେଇ(ବାପା) ଗୁରୁତର ଆହାତ ହୋଇଛନ୍ତି । କୁନି ଖଟେଇଙ୍କ ସୁଚନା ପ୍ରକାରେ ସେ ବହୁ ଦିନରୁ ରାଜ୍ୟ ବାହାରେ ତାମିଲନାଡୁ ଅଂଚଳରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ହେଲେ କରୋନା ସଂକ୍ରମଣ କାରଣରୁ ସେ ନିକଟରେ ଘରକୁ ଫେରିଥିଲେ ।

ଘରକୁ ଫେରିବାପରେ ସେ ବାପାଙ୍କ ସହ ଜମିକୁ ଯାଇ ଜମିରେ କିଛି ଚାଷବାସ କରିବାକୁ ମନ ବଳାଇଥିଲେ । ହେଲେ ସେ ନଥିବା ଓ ବାପା ବୁଢା ହୋଇଯାଇଥିବା କାରଣୁ ଜମିକୁ ଯାଇପାରୁନଥିବାରୁ କାକା କରମା ଏମାନଙ୍କ ଭାଗ ଜମିର ହିଡକୁ ବଢାଇ କିଛି ଅଂଶକୁ ନିଜ କବଜାକୁ ନେଇ ଯାଇଥିଲେ ।

ଶନିବାର କୁନି ତାର ବାପାଙ୍କ ଉପସ୍ଥିିତିରେ ଜମିର ହିଡକାଟି କତି ମାରି ନିଜ ଜମିକୁ ସାମନ କରିବା ଆରମ୍ଭ କରିଥିଲେ । ଜମିରେ କତି ମାରିସାରି ବାପଝିଅ ଘରକୁ ଫେରିବାବେଳେ ଏହି ଘଟଣାରେ ଉକ୍ଷିପ୍ତ ହୋଇ କୁନିର କାକା ଉଭୟ ବାପଝିଅଙ୍କ ଉପରେ ଅତର୍କିତ ଫାର୍ଶାରେ ଆକ୍ରମଣ କରିଥିଲା । ଏବେ ମୁମୁର୍ଷୁ ଅବସ୍ଥାରେ ବାପଝିଅ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅର୍ଥାଭାବରୁ ଏମାନେ ଏଠାରୁ ବ୍ରହ୍ମପୁର ସ୍ଥାନାନ୍ତର ହୋଇପାରୁନଥିବା କୁନି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ।

Leave A Reply