Odisha news

ଅମର ସହିଦ ଭଗତ ସିଙ୍ଗ୍

0
୨୭/୨୮ତାରିଖ ସେପ୍ଟେମ୍ବର ମାସ୧୯୦୭ମସିହା ରେ ହୋଇଥିଲା। କିନ୍ତୁ ଆଉ କେତେ ଜଣ ବିଶ୍ଵାସ କରନ୍ତି ଯେ ଏହା ୧୯ଅକ୍ଟୋବର ୧୯୦୭ମସିହାରେ  ଏକ ଶିଖ୍ ପରିବାର ରେ ସେ ଜନ୍ମ ନେଇଥିଲେ ବୋଲି।ଭଗବତ୍ ସିଙ୍ଗ୍ ମାତ୍ର ୧୩ବର୍ଷ ବୟସ ରେ ପାଠ ପଢା ଛାଡି ସ୍ଵାଧୀନତା ସଙ୍ଗ୍ରାମ ରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ।
ଜୟନ୍ତି ଅବସରରେ–୨୮/ସେପ୍ଟେମ୍ବର ଭଗତ୍ ସିଙ୍ଗ୍ ,କିଷନ୍ ସିଙ୍ଗ୍ ଓ ବିଦ୍ୟାବତୀ ଦେବୀ ଙ୍କର ଔରସରୁ ଜନ୍ମିତ ଦ୍ଵିତୀୟ ସନ୍ତାନ। ତାଙ୍କର ଜନ୍ମ ବେଳେ  ତାଙ୍କ ବାପା ରାଜନୈତିକ କାରଣରୁ କାରାଗାରରେ ଥିଲେ।ଯେବେ ଭଗତ୍ ସିଙ୍ଗ୍ ୧୩ ବର୍ଷ ବୟସ ସେ ଓ ତାଙ୍କ ପରିବାର ସ୍ଵାଧୀନତା ସଙ୍ଗ୍ରାମ ବିଷୟ ରେ ଭଲ ଭାବରେ ଜ୍ଞାତ ହୋଇସାରିଥିଲେ।୧୯୧୯ମସିହାରେ ତାଙ୍କୁ ଯେବେ ୧୨ ବର୍ଷ ସେ ଜାଲିଵାନା ବାଗ୍ ହତ୍ୟାକାଣ୍ଡ ର କିଛି ଘଣ୍ଟା ମଧ୍ୟରେ ସେ ଘଟଣା ସ୍ଥଳକୁ ଦେଖିବାକୁ ଯାଇଥିଲେ।
ତାଙ୍କ ପିତା କିଷନ ସିଙ୍ଗ୍ ,ମହାତ୍ମା ଗାନ୍ଧୀ ଙ୍କର ସମର୍ଥନ ବାଦୀ ଥିଲେ। ଯେବେ ଗାନ୍ଧୀଜୀ ସରକାରଙ୍କର ସସ୍ଥାଗୁଡିକୁ ଛାଡିବା ନିମିତ୍ତ ଡାକରା ଦେଲେ,ସେତିକିବେଳେ ଭଗତ୍ ସିଙ୍ଗ୍ ତାଙ୍କର ବିଦ୍ୟାଳୟ ନ୍ୟାସନଲ୍ କଲେଜ ଅଫ୍ ଲାହୋର୍ (ଯେଙଠାରେ ସେ ଇଉରୋପରେ ହୋଇଥିବା ସଙ୍ଗ୍ରାମ ବିଷୟ ରେ ପଢୁଥିଲେ)ପରିତ୍ୟାଗ କରିଥିଲେ। ସମୟାନୁକ୍ରମେ ସେ ଗାନ୍ଧୀଜୀଙ୍କର ଅହ୍ଙିସା ନୀତିରୁ ଓହରି ଯାଇ ଓ ବନ୍ଧୁକ ମୁନରେ ହ୍ଙି କେବଳ ରାଜନୈତିକ ସ୍ଵାଧୀନତା ମିଳିବ ବୋଲି ବିଶ୍ଵାସ ରଖିଥିଲେ।
୧୯୨୬ମସିହା ମାର୍ଚ୍ଚରେ ଭଗତ୍ ସିଙ୍ଗ୍ ନବ ଯୌବନ ଭାରତ ସଭା ନାମକ ଏକ ସସ୍ଥା ସ୍ଥାପନ କରିଥିଲେ।ପରେ ସେ ହିନ୍ଦୁସ୍ଥାନ ରିପବ୍ଲିକାନ୍ ଏସୋସିଏସନ୍ ରେ ଭାଗ ନେଇଥିଲେ।ବର୍ଷେ ପରେତାଙ୍କ ବାପା ମା ତାଙ୍କର ବାହାଘର କରାଇବାକୁ ଚାହ୍ଙିବାରୁ ସେ ଲୁଚି କରି ଘର ଛାଡିପଳାଇଥିଲେ।ପଛରେ ଏକ ଚିଠିଛାଡି ଚାଲିଯାଇଥିଲେ।ସେଥିରେ ଏହା ଲେଖା ଥିଲା,”ମୋର ଜୀବନ କୁ ମୁ ଏକା ଏହି ମହାନତମ କାମରେ ଉତ୍ସର୍ଗ କରି ସାରିଛି,ତାହା ହେଉଛି”ଦେଶର ସ୍ଵାଧୀନତା”।ସେଥିପାଙି କୌଣସି ଇଛ୍ଛା ବା ଆରାମ ମୋତେ ପ୍ରଲୋଭିତ କରିପାରିବ ନି।୧୯୨୭ମସିହା ମେ ମାସ ରେ ତାଙ୍କୁ ପୋଲିସ ପ୍ରଥମ କରି ବନ୍ଦୀ କରିନେଇ ଥିଲା।୧୯୨୮ରେ ବ୍ରିଟିଶ ସରକାର ଭାରତରେ ହେଉଥିବା ରାଜନୈତିକ ବାତାବରଣ ର ଯାଙ୍ଚ ପରଖିବା ନିମିତ୍ତ ସାଇମନ କମିଶନ କୁ ପଠାଇଥିଲେ।କିନ୍ତୁ ଏହି କମିଶନ ରେ କେହି ଭାରତୀୟ ନ ଥିବାରୁ  ଭାରତୀୟ ମାନେ ଏହି କମିଶନ କୁ ବହିଷ୍କାର କରିଥିଲେ।୧୯୨୮ରେଅକ୍ଟୋବର ୩୦ରେ ଲାଲା ଲଜପତ୍ ରାୟ ଏହାର ବିରୁଧାଚରଣ  କରି ଆନ୍ଦୋଳନ କରିଥିଲେ।ହ୍ଙିସା ର ରୂପ ଧାରଣ କରିଥିଲା,ଏହିଆନ୍ଦୋଳନ।୧୯୨୮ନଭେମ୍ବର ୧୭ରେ ହ୍ରୁଦ୍ ଘାତ ରେ ଲାଲାଜୀ ଙ୍କର ମ୍ରୁତ୍ୟୁ ଘଟିଥିଲା।ବ୍ରିଟିଶ ସରକାର କିନ୍ତୁ ତାଙ୍କର ସମ୍ପ୍ରୁକ୍ତି କୁ ଏଡାଇ ଦେଇଥିଲେ।
ଭଗତ୍ ସିଙ୍ଗ୍ ,ଲାଲାଜୀ ଥିବା ଏହି ହିନ୍ଦୁସ୍ଥାନ ରିପବ୍ଲିକାନ୍ ଏସୋସିଏସନ୍ ର ଜଣେ ପ୍ରମୁଖ ସଦସ୍ୟ ଥିଲେ ଓ ବିଶ୍ଵାସ କରାଯାଏ କି ଏହାର ପରିବର୍ତ୍ତନରେ(ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ୍ ଏସୋସିଏସନ୍)ସେଥିରେ ତାଙ୍କ ହାତ ଥିଲା।ଏହି ହିନ୍ଦୁସ୍ଥାନ ସୋସିଆଲିଷ୍ଟ୍ ରିପବ୍ଲିକାନ୍ଆସୋସିଏସନ୍ ଲାଲାଜୀଙ୍କର ବଳିଦାନ ର ପ୍ରତିଶୋଧ ନେବାକୁ ପ୍ରତିଜ୍ଞା ନେଲା। ଭଗତ ସିଙ୍ଗ୍ ,ଶିଭ୍ ରାମ୍,ରାଜ ଗୁରୁ ଶୁଖ୍ ଦେବ ଠାପର ଓ ଚନ୍ଦ୍ର ଶେଖର ଆଜାଦ୍ ଙ୍କ ସହ ମିଶି ଜେମ୍ସ ଏ ସ୍କଟ୍ ଙ୍କୁ ମାରିବାର ବନ୍ଦୋବସ୍ତ କଲେ।କିନ୍ତୁ ଭୁଲବଶତହ ସ୍କଟ୍ ଙ୍କର ସ୍ଥାନରେ ଜନ୍ ପି ସନ୍ଦର୍ସ ନାମକ ସୁପରିଣ୍ଟେଡେଣ୍ଟ୍ ଅଫ୍ ପୋଲିସ୍ ଙ୍କୁ ମାରିଦେଲେ।ମହାତ୍ମା ଗାନ୍ଧୀ ଙ୍କସହ ଅନେକେ ଏହାର ତୀବ୍ର ନିନ୍ଦା କରିଥିଲେ।
ସନ୍ଦର୍ଶ ଙ୍କୁ ହତ୍ୟା କରିବା ପରେ ଦଳଟି ଡି ଏ ଭି କଲେଜ ର ଗେଟ୍ ଦେଇ ବାହାରକୁ ଖସିଗଲେ।ଚରଣ ସିଙ୍ଗ୍ ଯିଏକି ତାଙ୍କୁ ପିଛା କରୁଥିଲେ,ଚନ୍ଦ୍ରଶେଖର ଆଜାଦ ଙ୍କର ଗୁଳିରେ ସେ ଆହାତ ହେଲେ।ପୁଲିସ ସେମାନଙ୍କୁ ଧରିବାପାଙି ଏକଟିମ ଗଠନ କଲେ।ଶୁଖଦେବ ,ଭଗବତୀ ଚରଣ ଭୋରାଙ୍କର ପତ୍ନୀ ଦୂର୍ଗାବତୀ ଙ୍କର ସାହାଯ୍ୟ ଲୋଡିଲେ। ସେମାନେ ପରଦିନ ସକାଳେ ଲାହୋର ରୁ ବଥଣ୍ଡା ଦେଇ ହାଵାଡା ଯାଉଥିବା ଟ୍ରେନ୍ ପଳାଇବାକୁ ନିଷ୍ପତି ନେଲେ।
ଭଗତ ସିଙ୍ଗ୍ ଓ ଜୟୀ ରାଜଗୁରୁ ଉଭୟେ ଗୁଳି ଭର୍ତ୍ତି ରିଭଲଭର ଧରି ପରଦିନ ସକାଳୁ ବାହାରିପଡିଲେ।ଭଗତ ସିଙ୍ଗ୍ ତାଙ୍କର ଶିଖ୍ ବାଳ,ଦାଢି କାଟି ଏକ କଣୁଆ ହ୍ୟାଟ୍ ପିନ୍ଧିବା ସହ ପାଶ୍ଚାତ୍ୟ ବେଶ ପୋଷାକ ରେ ସାଥି ଦୂର୍ଗାବତୀ ଦେବୀ ତାଙ୍କର ଶୋଇଥିବା ଶିଶୁକୁ ଧରିଥିଲେ।ଉଭୟେ ନବ ବିବାହିତ ଦମ୍ପତି ଭଳି ଥିଲେ। ରାଜଗୁରୁ ତାଙ୍କର ଚାକର ଭଳି ଦେଖାଯାଉଥିଲେ। ସେମାନେ କାନପୁର ଯିବାକୁ ଥିବା ରେଳଗାଡି ରେ ଚଢିଲେ।କାନପୁର ରୁ ଓହ୍ଲାଇ ସେମାନେ ଲଖ୍ନୌ ଯିବା ନିମିତ୍ତ ରେଳରେ ଯାଇଥିଲେ।କାରଣ ସି ଆଇ ଡି ହାଵାଡା ରୁ ଲାହୋର ସିଧାଯିବା ବାଟରେ ଚେକିଙ୍ଗ୍ କରାଯାଉଛି ବୋଲି ଶୁଣିବାକୁ ପାଇଥିଲେ। ଲଖ୍ନୌ ରେ ରାଜଗୁରୁ ଅଲଗା ଟ୍ରେନ୍ ରେ ବାରାଣାସୀ ଚାଲିଗଲେ।ଅନ୍ୟ ପଖ୍ୟରେ ତଥା କଥିତ ନବ ଦମ୍ପତି ବେଷ ଭୁଷାଳୀ ଓ ସନ୍ତାନ ହାଵାଡା ଗଲେ।ଭଗତ ସିଙ୍ଗ୍ ଙ୍କ ବ୍ୟତିତ ଅନ୍ୟ ସମସ୍ତେ କିଛି ଦିନପରେ ପୁଣି ଲାହୋର ଫେରିଯାଇଥିଲେ।
୧୯୩୦ମସିହା ଅକ୍ଟୋବର୭ତାରିଖ ଦିନ ବ୍ରିଟିଶ୍ ସରକାର  ଭଗତ୍ ସିଙ୍ଗ୍ ସୁଖ୍ ଦେବ ଓ ରାଜଗୁରୁ ଙ୍କୁ ସନ୍ଦର୍ଶ ହତ୍ୟା ଅଭିଯୋଗରେ ଫାଶି ଦଣ୍ଡାଦେଶ ଦେଇଥିଲେ।୧୯୩୧ମସିହା ମାର୍ଚ୍ଚ୨୩ତାରିଖରେ ଦେଶପାଙି ଲଢି ମାତ୍ର ୨୩ବର୍ଷ ବୟସ ରେ ହସି ହସି ଫାସି ଖୁଣ୍ଟରେ ଝୁଲିଯାଇଥିଲେ,ସେଇ ମହାନ ଭଗତ ସିଙ୍ଗ୍।ଅମର ଆତ୍ମା ପ୍ରତି ଗଭିର ଶ୍ରଧାନ୍ଜଳୀ।
Leave A Reply