Odisha news

ରାଜସ୍ଥାନ ରାଜନୈତିକ ସଙ୍କଟ : ଅଶୋକ ଗହଲୋତଙ୍କ ଦାବି ଆଗରେ ହାର ମାନି ଯିବେନିତ ପାଇଲଟ

0

ନୂଆଦିଲ୍ଲୀ : ‘ସତ୍ୟମେବ ଜୟତେ, ନୂଆ ଯୁଗର ଆରମ୍ଭ’ l ରାଜସ୍ଥାନ ର ବରିଷ୍ଠ ନେତା ସଚୀନ ପାଇଲଟ ଙ୍କ ଫଟୋ ସହିତ ନୂଆ ପୋଷ୍ଟର ରାଜସ୍ଥାନ ର ଅନେକ ସହରରେ ଦେଖିବାକୁ ମିଳୁଛି l କିନ୍ତୁ ବର୍ତମାନ ଏହି ରାସ୍ତା ଏତେ ସହଜ ନୁହେଁ l ଦୀର୍ଘ ଦିନରୁ ରାଜସ୍ଥାନ ରେ ଚାଲିଥିବା ରାଜନୈତିକ ସଙ୍କଟ ଦିନକୁ ଦିନ ଅଲଗା ଅଲଗା ରୂପ ନେଉଛି l

କଂଗ୍ରେସ ର ଗୋଟିଏ ପଦବୀ ଗୋଟିଏ ବ୍ୟକ୍ତି ନିୟମ କାରଣରୁ ଅଶୋକ ଗହଲୋତ ଇସ୍ତଫା ଦେବାକୁ ବାଧ୍ୟ ହେଉଛନ୍ତି l କାରଣ ଦଳର ଶୀର୍ଷ ପଦବୀ ପାଇଁ ସେ ମତଦାନ ଲଢ଼ୁଥିଲେ ଓ ରାଜାସ୍ଥନ ର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ପଦବୀ ର ରାସ୍ତା ଖୋଲି ଯାଇଛି କିନ୍ତୁ ବର୍ତମାନ ବାଜି ଲେଉଟିବା ଭଳି ନଜର ଆସୁଛି l

ଗହଲୋତ ଦଳର ନେତାମାନେ ପାଇଲଟ ଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି l ସୂଚନା ଅନୁସାରେ ନିର୍ଦଳୀୟ ସମେତ ପାଖାପାଖି ୧୦୦ ଜଣ ବିଧାୟକ ଅଶୋକ ଙ୍କ ସହିତ ରହିଥିବା ବେଳେ ସଚିନ ଙ୍କ ସହିତ ଏତେ ପରିମାଣରେ ସହଯୋଗ ରହୁ ନାହିଁ l

କୁହାଯାଉଛି ଯେ ୭୧ ବର୍ଷୀୟ ଅଶୋକ ଗହଲୋତ ଓ ୪୫ ବର୍ଷୀୟ ସଚିନ ଙ୍କ ମଧ୍ୟରେ ୨୬ ବର୍ଷର ଅନ୍ତର ରହିଛି l କିନ୍ତୁ କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହନ୍ତି l ଦଳୀୟ ସୂଚନା ଅନୁସାରେ ଅଶୋକ ଗହଲୋତ ଙ୍କର ୩ଟି ଜିଦି ରହିଛି ଯାହାକି ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବାରେ ବାଧକ ସାଜୁଛି l

ପ୍ରଥମ ଦାବିଟି ହେଉଛି – ସୋନିଆ ଓ ରାହୁଲ ଙ୍କ ନିକଟରୁ ଗହଳଟା ଦାବି କରିଛନ୍ତି ଯେ ମତଦାନ ପରେ ରାଜସ୍ଥାନ ର ନୂତନ ମୁଖ୍ୟମନ୍ତ୍ରୀର ଚୟନ କରାଯିବ l

ଦ୍ଵିତୀୟ ଦାବିଟି ହେଲା – ନୂତନ ମୁଖ୍ୟମନ୍ତ୍ରୀ ୧୦୨ ଜଣ ବିଧାୟକ ଙ୍କ ମଧ୍ୟରୁ ସେହି ବ୍ୟକ୍ତି ହେବେ ୨୦୨୦ ରେ ଦଳର ସଙ୍କଟ ସମୟରେ ଦଳକୁ ରକ୍ଷା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରି ଥିଲେ l ସେଇ ବ୍ୟକ୍ତି ନୁହେଁ ଯିଏ କି ସରକାର ଭାଙ୍ଗିବାରେ ସହଯୋଗ କରିଥାଏ l

ଗହଲୋତ ଙ୍କ ତୃତୀୟ ଦାବୀ ଟି ହେଲା – ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗହଲୋତ ଙ୍କ ପସନ୍ଦ ର ହେବାର ଆବଶ୍ୟକ l

Nalco
Leave A Reply