Odisha news

ଭଦ୍ରକ ଜିଲ୍ଲାରେ ୩୦ ଆକ୍ରାନ୍ତ ଚିହ୍ନଟ : ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଶହ ଟପିଲା

0

ଭଦ୍ରକ :ଭଦ୍ରକ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଶହ ଟପିଛି । ଆଜି ନୂଆ ୩୦ ପଜିଟିଭଙ୍କୁ ମିଶାଇ ମୋଟ ଅକ୍ରାନ୍ତଙ୍କ ସଂଖ୍ୟା ୪୨୪ରେ ପହଞ୍ଚିଛି । ମୋଟ ୧୪ ହଜାର ୯୧୭ ନମୁନା ପରୀକ୍ଷଣରୁ ଏହି ସମସ୍ତ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମୋଟ ୨୧ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି । ଯାହା ଫଳରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇ ୩୩୫ରେ ପହଞ୍ଚିଛି । ଏବେ ଜିଲ୍ଲାରୁ ମୋଟ ଆକଫିଭ ଆକ୍ରାନ୍ତ ୮୮ ରହିଛି । ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୮ଜଣ ଲୋକାଲ କଣ୍ଟାକଫ ।

କ୍ୱାରେଣ୍ଟାଇନରୁ ଚିହ୍ନଟ ୧୨ଜଣଙ୍କ ମଧ୍ୟରୁ ଜଣେ ଭଦ୍ରକ ବ୍ଲକ ବାଣିତିଆ ହାଇସ୍କୁଲ ଟିଏମ୍‍ସିରୁ, ୨ ଜଣ ଧାମନଗର ହାଇସ୍କୁଲ ଟିଏମ୍‍ସିରୁ, ୨ଜଣ ଭଦ୍ରକ ପୌରପାଳିକା ୧୮ ନଂ ଓ୍ୱାର୍ଡ ଚନ୍ଦନବଜାରରୁ, ୩ଜଣ ତିହିଡି ବାଳିକା ଉଚ୍ଚ ବିଦ୍ୟାଳୟ ଟିଏମ୍‍ସିରୁ, ଜଣେ ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ନିୟୁ ଇଣ୍ଡିଆସାହିରୁ, ଜଣେ ବାସୁଦେବପୁର କୋବିଡ଼ କେୟାର ସେଣ୍ଟରରୁ, ଜଣେ ବାସୁଦେବପୁର ସାନଅଗାପୁର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ଟିଏମ୍‍ସିରୁ ଏବଂ ଜଣେ ପଦ୍ମପୁର ଟିଏମ୍‍ସିରୁ ଚିହ୍ନଟ ହୋଇଛନ୍ତି ।

ସେହିଭଳି ୧୮ ଲୋକାଲ କଣ୍ଟାକଫ ହେଲେ ଭଦ୍ରକ ପୌରପାଳିକାର ୧୬ ନଂ ଓ୍ୱାର୍ଡ କଣ୍ଟାବଣିଆ ଗ୍ରାମରୁ ଜଣେ, ୭ ନଂ ଓ୍ୱାର୍ଡ ଗବସାହି ଗ୍ରାମରୁ ଜଣେ, ୩ ନଂ ଓ୍ୱାର୍ଡ ନୂଆପୋଖରୀ ଗାଁରୁ ୨ଜଣ, ୨ ନଂ ଓ୍ୱାର୍ଡ ଶୁକ୍ଳସାହିରୁ ୫ଜଣ, ୧୩ ନଂ ଓ୍ୱାର୍ଡ ଅପର୍ତ୍ତିବିନ୍ଧାରୁ ୫ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ବ୍ଲକ ନଳାଙ୍ଗ ଗାଁରୁ ଜଣେ, ସାମରାଇପୁର ଧରିତ୍ରୀନଗରରୁ ଜଣେ ଏବଂ ଧାମନଗର ବ୍ଲକ ସୋହଡା ପଞ୍ଚାୟତ ବେଦପୁର ଗାଁରୁ ୨ଜଣ ଚିିହ୍ନଟ ହୋଇଛନ୍ତି । ଚିହ୍ନଟ ଅଞ୍ଚଳ ଗୁଡିକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟଜୋନ କରାଯାଉଛି ।

Nalco
Leave A Reply