Odisha news

ଭୋଡାଫୋନ ଓ ଆଇଡିଆକୁ ବଡ ଅଶ୍ଵସ୍ତି, କମ୍ପାନୀକୁ ୮୩୩ କୋଟି ଟଙ୍କା ଫେରାଇବ ଆୟକର ବିଭାଗ : ସୁପ୍ରିମ କୋର୍ଟଙ୍କ ନିର୍ଦେଶ

0

ଭୋଡାଫୋନ ଆଇଡିଆକୁ ସୁପ୍ରିମ କୋର୍ଟ ପକ୍ଷରୁ ବଡ ଅଶ୍ଵସ୍ତି ମିଳିଛି l ସର୍ବୋଚ୍ଚ ନିଯ୍ୟାଳୟ ଇନକମ ଟ୍ୟାକ୍ସ ବିଭାଗକୁ ନିର୍ଦେଶ ଦେଇଛନ୍ତି ଯେ କମ୍ପାନୀକୁ ୮୩୩ କୋଟି ଟଙ୍କା ଫେରାଇବା ପାଇଁ l ବମ୍ବେ ହାଇକୋର୍ଟ ଇନକମ ଟ୍ୟାକ୍ସ ଡିପାଟମେଣ୍ଟକୁ  ୮୩୩ କୋଟି ଟଙ୍କା ଫେରାଇବାକୁ ନିର୍ଦେଶ ଦେଇଥିଲେ l କିନ୍ତୁ ଇନକମ ଟ୍ୟାକ୍ସ ଡିପାଟମେଣ୍ଟ ଏହି ଫଇସଲାକୁ ନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା l କିନ୍ତୁ ଏଠାରେ ହାଇକୋର୍ଟ ଦେଇଥିବା ନିର୍ଦେଶକୁ ସୁପ୍ରିମ କୋର୍ଟ କାୟମ ରଖିଲେ l

ସୁପ୍ରିମ କୋର୍ଟଙ୍କର ଏହି ଫଇସଲା ପରେ ବୁଧବାର ଦିନ ଭୋଡ଼ାଫୋନ ଆଇଡ଼ିଆର ସେୟାର ୨.୬୫ ରୁ ବଢି ୮.୫୩ ଟଙ୍କାରେ ପହଞ୍ଚି ଯାଇଛି l ଏହା ଦୁତୀୟାଥର ଏହି ପରି ହୋଇଛି ,ଯେବେ ଆୟକର ବିଭାଗ ଭୋଡାଫୋନକୁ ପଇସା ଫେରାଉଛି l ଏହା ପୂର୍ବରୁ ଏପ୍ରିଲ ମାସରେ ସୁପ୍ରିମ କୋର୍ଟ ଆୟକର ବିଭାଗକୁ ନିର୍ଦେଶ ଦେଇଥିଲେ କମ୍ପାନୀକୁ ୭୩୩ କୋଟି ଟଙ୍କା ଫେରାଇବା ପାଇଁ l ଆୟକର ବିଭାଗ ଓ ଭୋଡାଫୋନ ମଧ୍ୟରେ ଟ୍ୟାକ୍ସ ଦିଆନିଆ ପ୍ରକ୍ରିୟାକୁ ନେଇ ଆଇନଗତ ଲଢେଇ ଚାଲିଛି l

କିନ୍ତୁ ଏହା ମଧ୍ୟରେ  ୮୩୩ କୋଟି ଟଙ୍କା ଫେରିପାଇ କମ୍ପାନୀ ଅଶ୍ଵସ୍ତି ଲାଭକରିଛି ,କାରଣ ବର୍ତ୍ତମନ କମ୍ପାନୀ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି l କମ୍ପାନୀକୁ ୫0,୪00 କୋଟି ଟଙ୍କା AGR ଦେବାର ଅଛି l ଭୋଡାଫୋନ ୨୦୧୪ ୨୦୧୫ ରୁ ନେଇ  ୨୦୧୭ ୨୦୧୮ ପର୍ଯ୍ୟନ୍ତ ୪୭୫୯ କୋଟି ଟଙ୍କା ରିଫଣ୍ଡ ମାଗିଥିଲେ l କିନ୍ତୁ ଆୟକର ବିଭାଗ ଏହା କହି ଅଟକାଇଥିଲା ଯେ କମ୍ପାନୀକୁ ତାର ବାକି ପଇସା ଦେବାର ଅଛି l ସୁପ୍ରିମ କୋର୍ଟ କହିଛନ୍ତି ଯେ ଆୟକର ବିଭାଗ ଭବିଷ୍ୟତରେ ଦେବାକୁ ଥିବା ଟ୍ୟାକ୍ସକୁ ନେଇ ରିଫଣ୍ଡ ଅଟକାଇ ପାରିବେ ନାହିଁ l

Leave A Reply