ଭଦ୍ରକ :ସାମ୍ପ୍ରତିକ “କରୋନା’ ଲଢେଇରେ କୁନି କରୋନା ଯୋଦ୍ଧାମାନେ ବି କିଛି ପଛରେ ନାହାଁନ୍ତି । ଏହି ପରିପ୍ରେକ୍ଷୀରେ ଭଦ୍ରକର “ବୃନ୍ଦାବନ କଳାକେନ୍ଦ୍ର’ର ଶିଶୁ ଚିତ୍ରକଳା ଶିଳ୍ପୀମାନେ “ଲକ୍ଡାଉନ୍’ ଆରମ୍ଭ ଦିନଠାରୁ ଅର୍ଥାତ୍ ଗତ ମାର୍ଚ୍ଚ ୨୨ ତାରିଖରୁ ନିଜ ଚିତ୍ରକଳା ମାଧ୍ୟମରେ ସମଗ୍ର ଭଦ୍ରକ ଜିଲ୍ଲାରେ କରୋନା ସଚେତନତା ସୃଷ୍ଟି କରି ଚାଲିଛନ୍ତି ।
ସେମାନେ ନିଜ ଅବସର ସମୟକୁ ଉପଯୋଗ କରି ଘରେ ଅଭିନବ ଚିିତ୍ରକଳାମାନ ପ୍ରସ୍ତୁତ କରିବା ସହ କଳାକେନ୍ଦ୍ରର ନିର୍ଦ୍ଦେଶକ ସୋðରେଶ ଚନ୍ଦ୍ର ମହାନ୍ତିଙ୍କ ସହାୟତାରେ ସେଗୁଡିକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ନିୟମିତ ଭାବେ ସ୍ଥାନିତ କରି ଆସୁଛନ୍ତି । କୁନି କୁନି ପିଲାଙ୍କ ଚିିତ୍ରକଳା ଗୁଡିକ ସଚେତନନା ସୃଷ୍ଟି କରିବା ସହ ଜନସାଧାରଣଙ୍କ ଦ୍ୱାରା ବହୁମାତ୍ରାରେ ଆଦୃତ ହେଉଥିବାର ଲକ୍ଷ୍ୟ କରାଯାଏ । ଦୀର୍ଘ ୩ମାସରୁ ଅଧିକ ସମୟ ଧରି କୁନିକୁନି କଳାକାର ମାନଙ୍କ ଏଭଳି ନିଷ୍ଠାପର ଉଦ୍ୟମକୁ ଜିଲ୍ଲାର ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି