Odisha news

ଘରୁ କଳକନା ବୁଲାଇଲେ ଦୁର୍ବୃତ୍ତ : ୧୦ ଲକ୍ଷ ଟଙ୍କା ଲୁଟ 

0

ଭଦ୍ରକ : କଟକ ବଡ଼ ମେଡିକାଲ ଯାଇଥିଲା ବେଳେ ଘରୁ କଳା କନା ବୁଲାଇ ଦେଲେ ଦୁର୍ବୁତ୍ତ। ଝିଅ ବାହାଘର ପାଇଁ ରଖିଥିବା ସବୁ ସୁନା ଅଳଙ୍କାରକୁ ନେଇଗଲେ ଦୁର୍ବୁତ୍ତ। ଏଭଳି ଘଟଣା ଘଟିଛି ଭଦ୍ରକ ପୁରୁଣା ବଜାର ଥାନା ଅଧିନସ୍ଥ ବାଲିପାଟଣା ଗାଁରେ। ଏହି ଗ୍ରାମର ରମାକାନ୍ତ ନାୟକ ଗତକାଲି ନିଜ ଦେହ ଅସୁସ୍ଥ ଥିବାରୁ କଟକ ବଡ଼ ଡାକ୍ତରଖାନା ଯାଇଥିଲେ ଓ ତାଙ୍କ ସମ୍ପକୀୟଙ୍କ ଘରେ ରହିଯାଇଥିଲେ। ଏହି ସୁଯୋଗରେ ଦୁର୍ବୁତ୍ତମାନେ ତାଙ୍କ ଘର କବାଟ ଭାଙ୍ଗି ଝିଅ ବାହାଘର ପାଇଁ ରଖିଥିବା ସବୁ ସୁନା ଅଳଙ୍କାରକୁ ଲୁଟି ନେଇଛନ୍ତି। ଏପରିକି ୩ଟି ରୁମରେ ପସି ଗଡ଼ରେଜ ଭାଙ୍ଗି ସବୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଏହି ଖବର ଗ୍ରାମବାସୀଙ୍କ ଠାରୁ ରମାକାନ୍ତ ପାଇ ଘରେ ଆସି ପହଂଚି ଦେଖନ୍ତି ଯେ କିଛି ନାହିଁ। ତେଣୁ ସେ ତୁରନ୍ତ ପୁରୁଣାବଜ଼ାର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ସନ୍ଧାନୀ କୁକୁର ସହିତ ସାଇଣ୍ଟିଫିକ ଟିମ ନେଇ ସେଠାରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply