ଭଦ୍ରକ,ତା ୫.୦୮ : ପୁରୁଣା ବଜାର ଡ଼ିଏନ୍ ବାଳିକା ଉଚ୍ଚ ବିଦ୍ୟାଳୟରେ ଭୌତିକ କାଣ୍ଡ । ସ୍କୁଲ ଚାଲୁଥିବା ସମୟରେ ଦଶରୁ ଉର୍ଦ୍ଧ୍ୱ ଛାତ୍ରୀ ହଠାତ୍ ଅଚେତ ହୋଇଯାଇଥିଲେ । ପରେ ତଳେ ପଡିଯିବା, ଗଡ଼ିବା, କାନ୍ଦିବା ସହିତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଭଳି ଘଟଣା ଘଟିଛି । ଛାତ୍ରୀମାନଙ୍କ ମଧ୍ୟରେ ଏଭଳି ଅଦ୍ଭୁତ ବ୍ୟବହାର ଦେଖି ଅନ୍ୟ ଛାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ଏପରିକି ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ।
ଏଭଳି ଘଟଣା ଘଟିବା ପରେ ଛାତ୍ରୀଙ୍କ ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି ଉତ୍ତେଜନା ଦେଖାଯାଇଥିଲା । ପୂର୍ବରୁ ମଧ୍ଯ ଏଭଳି ସମାନ ସ୍ଥିତି ବିଦ୍ୟାଳୟରେ ଦେଖାଯାଇଥିଲା । ପୁଣି ଆଜି ଏଭଳି ଘଟଣା ଘଟିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଛାତ୍ରୀମାନଙ୍କ ମଧ୍ୟରେ ଏଭଳି ଅଦ୍ଭୁତ ବ୍ୟବହାର ଦେଖାଯିବା ପରେ ବିଦ୍ୟାଳୟକୁ ଛୁଟି କରାଯାଇଥିଲା । ଭୌତିକ କାଣ୍ଡ ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।