Odisha news

ଛତିଆ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଶହ କାର୍ ଜବତ

0

ଚଣ୍ଡିଖୋଲ,୫।୮ :  ଯାଜପୁର ଜିଲ୍ଲା ଛତିଆ ନିକଟ ୧୬ ନମ୍ବର ଜାତୀୟ ରାଜପଥରୁ ଛତିଆ ଵିଟ୍ ହାଉସ୍ ପୋଲିସ ଶୁକ୍ରବାର ଦିନ ବିପୁଳ ପରିମାଣର ଚୋରା ଗଞ୍ଜେଇ ସହ ଏକ କାର ଜବତ କରିଛି! ତେବେ କୌଶଳ କରି ଚୋରା ବେପାରୀ ଖସିଯାଇଥିବା ଜଣାପଡିଛି! ଜବତ୍ କାରଟିରେ ଏପି ୨୮ସିକେ ୪୩୩୪ ନମ୍ବର ଲେଖାଅଛି! ତେବେ ତାହା ଠିକ କି ନୁହେଁ ସେଥିନେଇ ପୋଲିସ ଅନୁସନ୍ଧାନ କରୁଛି! ସୂଚନା ଥାଉ କି ଗତ କାଲି ବିଳମ୍ବିତ ରାତ୍ରିରେ ଛତିଆ ନିକଟ ଆଇ଼ ବି,ପି ପେଟଲପମ୍ପ ନିକଟସ୍ଥ ୧୬ ନମ୍ୱର୍ ଜାତୀୟ ରାଜପଥରେ ଗଞ୍ଜେଇ ଭର୍ତ୍ତି  କାରଟି ଯାଉଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଜାତୀୟ ରାଜପଥରେ ଛତିଆ ବିଟ୍ପ ହାଉସ ପୋଲିସ ପକ୍ଷରୁ ଯାଞ୍ଚ ଜାରି ରହିଥିଲା! ସଂପୃକ୍ତ କାରଟି ପୋଲିସ ହାବୁଡ଼ରେ ପଡିଯାଇ ଥିବା ଜାଣିପାରି ଚତୁରତାର ସହିତ  ମାଫିଆ ଗାଡ଼ି ଛାଡ଼ି ଖସି ପଳାଇଯିବାକୁ ସକ୍ଷମ ହୋଇଥିଲେ।  ଛତିଆ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ  ଏସ ଆଇ ଜହର ଆବେଦିନ ,ଏ ଏସ ଆଇ ସୁବ୍ରତ ସାହୁ,ସୁଜିତ୍ ସିଂ,ତାପସ ରାଉତରାୟ,ଦିଲୀପ ସ୍ୱାଇଁ ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ! ଚଢ଼ାଉ ସମୟରେ କାର ଡିକି ଓ ସିଟ ଉପରେ ୭୦ଟି ପ୍ୟାକେଟରେ ଥାକହୋଇ ଥିବା ପ୍ରାୟ ୧ କ୍ୟୁଣ୍ଟାଲ ୪୦ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ  ଜବତ ହୋଇଥିଲା!ଆଜି ଅତିରିକ୍ତ ତହସିଲ୍ଦଦାର୍ ନିରଞ୍ଜନ ଗୁରୁଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ ହୋଇ ସିଲ ହୋଇଥିଲା! ଗତ କିଛି ଦିନ ପୂର୍ବେ ମଧ୍ୟ ନିର୍ଦ୍ଧିଷ୍ଟ ସେହି ଜାଗାରୁ ୧୨୫ କେଜି ଗଞ୍ଜେଇ ସହ ଏକ କାର ମଧ୍ୟ ପୋଲିସ ଜବତ କରିଥିଲା ତେବେ ୧୬ ନମ୍ୱର୍ ଜାତୀୟ ରାଜପଥ ଓ ଛତିଆ ଅଞ୍ଚଳ ଏବେ ପୁଣି ଗଞ୍ଜେଇ ମାଫିଆମାନଙ୍କ ଚରଭୁଇଁ ପାଲଟିଥିବା ଆଲୋଚନା ହେଉଛି!

Nalco
Leave A Reply